Categories: ଖେଳ

ପାକିସ୍ତାନକୁ ଝଟ୍‌କା

ନୂଆଦିଲ୍ଲୀ,୨୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପକ୍ଷରୁ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ଖୁରମ୍‌ ଶେହଜାଦ ସିରିଜରୁ ବାଦ୍‌ ପଡ଼ିଛନ୍ତି।  ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ଡେବ୍ୟୁ କରି ୫ ଉଇକେଟ ନେଇଥିଲେ। ବିଶେଷକରି ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଉଭୟ ଇନିଂସରେ ଆଉଟ୍‌ କରିବାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ।
ଖୁରମ୍‌ ଶେହଜାଦ ଦ୍ୱିତୀୟ ଇନିଂସରେ ମାର୍ନସ ଲାବୁସେନ ଏବଂ ଡେଭିଡ୍‌ ଓ୍ବାର୍ନରଙ୍କୁ ଆଉଟ୍‌ କରିଥିଲେ। ସେ ୪୫ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ପ୍ରଥମ ଟେଷ୍ଟରେ ବୋଲିଂ କରିବା ସମୟରେ ଶେହଜାଦଙ୍କ କଙ୍କାଳରେ ଯନ୍ତ୍ରଣା ହୋଇଥିଲା। ପରେ ତାଙ୍କୁ ସ୍କାନ ଲାଗି ପଠାଯାଇଥିଲା। ଏବେ ସେଥିରେ ଫ୍ୟାକ୍ଚର ଥିବା ଜଣାପଡ଼ିଛି। ଏଣୁ ସେ ମେଲବର୍ନ ନଚେତ ସିଡନୀରେ ହେବାକୁ ଥିବା କୌଣସି ବି ଟେଷ୍ଟରେ ଭାଗ ନେଇ ପାରିବେ ନାହିଁ।
Share