ଡେଟ କରୁଛନ୍ତି ଖୁସି କପୁର!

ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବୀ କପୁରଙ୍କ ସାନ ଭଉଣୀ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏବେ ଚର୍ଚ୍ଚାରେ। ପ୍ରଥମେ ସେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଜୋୟା ଅଖତରଙ୍କ ମୁଭି ‘ଦ ଆର୍ଚିଜ’ମାଧ୍ୟମରେ ସେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏବେ ଆଉ ଏକ କାରଣ ପାଇଁ ବି ସେ ଚର୍ଚ୍ଚାକୁ ଆସିଛନ୍ତି। ଖବର ଅନୁଯାୟୀ, ବୋନି କପୁରଙ୍କ ଝିଅ ଖୁସି କପୁର ସିଙ୍ଗର ଏପି ଧିଲ୍ଲନଙ୍କୁ କୁଆଡେ ଡେଟ କରୁଛନ୍ତି।
ଏମାନଙ୍କ ରିଲେସନଶିପକୁ ନେଇ ପ୍ରଥମ ଥର ଖବର ଆସିଛି। ତେବେ ସିଙ୍ଗର ଏପି ଯେତେବେଳେ ନିଜ ଗୀତ ‘ଟୁ ଷ୍ଟୋରିଜ’ରେ ଖୁସିଙ୍କ କଥା ଉଠାଇଛନ୍ତି। ହେଲେ ଏବେ ପର୍ଯ୍ୟନ୍ତ ନା ଖୁସି ନା ଏପି କେହି ଏହାକୁ ନେଇ କିଛି ବି ପ୍ରତିକ୍ରିୟା ଦେଇ ନାହାନ୍ତି। ସୂଚନାଯୋଗ୍ୟ, ଖୁସି କପୁର ଯେଉଁ ମୁଭିରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ସେଥିରେ ଆଉ କେତେଜଣ ଷ୍ଟାର କିଡ ବି ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଅର୍ଥାତ୍‌ ବଲିଉଡରେ ସେମାନଙ୍କ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଅଭିନେତା ଶାହାରୁଖ ଖାଁଙ୍କ ଝିଅ ସୁହାନା, ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାବି ଏହି ମୁଭିରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।

Share