ବଲିଉଡ୍‌ରେ ଧମାଲ କରିବେ ଖୁସି!

ମୁମ୍ବାଇ: ବଲିଉଡର ଏଭରଗ୍ରୀନ ନାୟିକା ଶ୍ରୀଦେବି ଓ ନିର୍ଦ୍ଦେଶକ ବୋନି କପୁରଙ୍କ ସାନ ଝିଅ ଖୁସି କପୁର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବଡ ଝିଅ ଜାହ୍ନବୀ କପୁର ଫିଲ୍ମ ‘ଧଡକ’ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିବା ବେଳେ ଏବେ କମାଲ କରିବେ ଖୁସି । ନିକଟରେ ବୋନି କପୁର ଏ ନେଇ ଇସାରା କରିଛନ୍ତି । ଏକ ମିଡିଆ ପୋର୍ଟାଲ ସହ କଥା ହେବା ସମୟରେ ବୋନି କପୁର କହିଛନ୍ତି, ସେ ତାଙ୍କ ଫିଲ୍ମର ଶୁଟିଂ ଏପ୍ରିଲରୁ ଆରମ୍ଭ କରିବାକୁ ଯାଉଛନ୍ତି । ଏହାଠାରୁ ଅଧିକ କିଛି ସୂଚନା ନ ଦେଇ ଖୁବଶୀଘ୍ର ଏ ସମ୍ପର୍କରେ ଜଣାପଡିବ ବୋଲି ବୋନି କହିଥିଲେ । ବୋନି ପୂର୍ବରୁ କହିଥିଲେ ଜାହ୍ନବୀଙ୍କ ପରି ଖୁସି ବି ଅଭିନୟରେ କ୍ୟାରିୟର କରିବାକୁ ଇଚ୍ଛା ରଖିଛନ୍ତି । ପୁଣି ଶୁଣିବାକୁ ମିଳିଥିଲା କି ଖୁସି କପୁର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦାଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଯେତେବେଳେ ଏମାନେ ଏକାଠି ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ଦେଖାଯାଇଥିଲା ସେତେବେଳେ ଆଲୋଚନା ହୋଇଥିଲା କି ଖୁସି-ଅଗସ୍ତ୍ୟା ଏକାଠି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପୁଣି ଏମାନେ ଶାହାରୁଖଙ୍କ ଝିଅ ସୁହାନା ଖାଁଙ୍କ ସହ ଡେବ୍ୟୁ କରିବେ ବୋଲି କୁହାଯାଉଥିଲା । ଫିଲ୍ମଟି ଜୋୟା ଅଖତର ନିର୍ମାଣ କରୁଥିବା ବେଳେ ଏହା ‘ଆର୍ଚିଜ’ର ଆଡପଶନ । ହେଲେ ଫିଲ୍ମକୁ ନେଇ ଏପର୍ଯ୍ୟନ୍ତ କୌଣସି କନଫରମେଶନ ଆସିନାହିଁ ।

Share