Categories: ବାଣିଜ୍ୟ

ଖୁସି ରିଅଲକନ୍‌ର ନୂତନ ସ୍ଲୋଗାନ ‘ଖୁସିକା ଠିକାନା’

ଭୁବନେଶ୍ୱର,୨୫।୫: ରାଜ୍ୟର ପ୍ରମୁଖ ଗୃହନିର୍ମାଣକାରୀ ସଂସ୍ଥା ଖୁସି ରିଅଲକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ପ୍ରିମିୟମ ପ୍ରକଳ୍ପ ଖୁସି କାପେଲାର ନୂଆ ସ୍ଲୋଗାନ ‘ଖୁସିକା ଠିକାନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ପାହାଳ ନିକଟରେ କମ୍ପାନୀ ୨ଟି ପ୍ରିମିୟମ ଟାୱାର ନିର୍ମାଣ କରୁଛି। ବିଶେଷକରି ଖୁସି କାପେଲାର ପ୍ରଚାର ଓ ପ୍ରସାର ଅଭିଯାନ ଉଦ୍ଦେଶ୍ୟରେ ଏଭଳି ଏକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି, ଯେଉଁଥିରେ ‘ଖୁସି କାପେଲା’ର ପ୍ରକୃତ ଅର୍ଥ ଏବଂ ଉଦ୍ଦେଶ୍ୟ ଗ୍ରାହକଙ୍କୁ ଅନୁଭବ ହେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଖୁସି ରିଅଲକନ୍‌ର ନିର୍ଦ୍ଦେଶକ ଗୌରବ ଅଗ୍ରୱାଲ କହିଛନ୍ତି, ଉଭୟ କଟକ-ଭୁବନେଶ୍ୱରର ଗ୍ରାହକମାନଙ୍କ ପାଇଁ ଆମେ ‘ଖୁସି କାପେଲା’ ତିଆରି ଭଳି ଏକ ପ୍ରିମିୟମ ପ୍ରକଳ୍ପ କରୁଥିବାରୁ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମେ ଏକ ପ୍ରି-ସାର୍ଟିଫାଏଡ୍‌ ଆଇଜିବିସି ଗୋଲ୍ଡ-ଗ୍ରୀନ୍‌ ବିଲ୍‌ଡିଂ ନିର୍ମାଣ କରିବାକୁ ଯାଉଛୁ। ଉକ୍ତ ପ୍ରକଳ୍ପ ଜରିଆରେ ଗ୍ରାହକଙ୍କୁ ୩୦ରୁ ଅଧିକ ଉତ୍କୃଷ୍ଟ ସୁବିଧା ସହ ୟୁନିଟ୍‌ ଲେଆଉଟ୍‌ ପ୍ରଦାନ କରୁଛୁ। ସେହିଭଳି ଉତ୍ତମ ଆଲୋକ ଏବଂ ବାୟୁ ସଞ୍ଚାଳନ ସୁବିଧା ସହ ସବୁଜ ନିର୍ମାଣ ମାନକ ଓ ବାସ୍ତୁ ଅନୁକୂଳ ଘର ସବୁ ଉକ୍ତ ପ୍ରକଳ୍ପରେ ଉପଲବ୍ଧ। ସୂଚନାଯୋଗ୍ୟ, ୨୦୨୩ ଫେବୃୟାରୀରୁ ଆଶାୟୀ ଗ୍ରାହକଙ୍କ ପାଇଁ ‘ଖୁସି କାପେଲା’ର ବୁକିଂ ଆରମ୍ଭ ହୋଇଥିଲା। ୨ଟାୱାର ବିଶିଷ୍ଟ ଉକ୍ତ ପ୍ରିମିୟମ ପ୍ରକଳ୍ପରେ ମୋଟ ୨୪୨ ଘର ଉପଲବ୍ଧ। ଉକ୍ତ ଆପାର୍ଟମେଣ୍ଟ ୬୦୬୩୮.୬୭ ବର୍ଗ ମିଟର ସ୍ଥାନରେ ନିର୍ମିତ ହେଉଥିବା ବେଳେ ବାସ୍ତୁ ଉପଯୋଗୀ ଅତ୍ୟାଧୁନିକ ସୁବିଧା ସହ ୨ଟି ପେଣ୍ଟ ହାଉସ, ଆଧୁନିକ ଜିମ୍‌, ଅତ୍ୟାଧୁନିକ ସୁଇମିଂ ପୁଲ୍‌ ଓ ପିଲାମାନଙ୍କ ପାଇଁ ଇନ୍‌ଡୋର ଏବଂ ଆଉଟ୍‌ଡୋର ପ୍ଲେ ଏରିଆ ସହିତ ସୁଇମିଂ ପୁଲ୍‌, ହାଇ ଲାଇଫ୍‌ ଷ୍ଟାଇଲ୍‌ କ୍ଲବ୍‌, ଲ୍ୟାଣ୍ଡସ୍କେପ୍‌ ବଗିଚା ଏବଂ ସମସ୍ତ ଗୁଣାତ୍ମକ ଆଧୁନିକ ସୁବିଧା ଓ ସହରର ଅତି ନିକଟରେ ନୂତନ ଜ୍ଞାନ କୌଶଳରେ ନିର୍ମିତ ‘ଖୁସି କାପେଲା’ର ଚାହିଦା ବଜାରରେ ବହୁତ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଖୁସି ରିଅଲକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୌରବ ଅଗ୍ରୱାଲ,ସଞ୍ଜୟ ବଂଶଲ ଏବଂ ପ୍ରଦୀପ ଠକରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share