Categories: ଖେଳ

ଖୁସ୍‌ଦିଲ ୩ ସପ୍ତାହ ଖେଳି ପାରିବେନି

ଡର୍ବି, ୨୦ା୭ (ପି.ଟି.)-ପାକିସ୍ତାନ ବ୍ୟାଟ୍ସମ୍ୟାନ ଖୁସ୍‌ଦିଲ୍‌ ଶାହାଙ୍କ ବାମ ବୃଦ୍ଧାଙ୍ଗୁଳିର ହାଡ଼ ଭାଙ୍ଗିଯାଇଛି। ଫଳରେ ସେ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତରଫରୁ ରବିବାର ସୂଚନା ଦିଆଯାଇଛି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଏକମାତ୍ର ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଶନିବାର ଏଠାରେ ଟ୍ରେନିଂ ସେସନରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ବୃଦ୍ଧାଙ୍ଗୁଳିରେ ଆଘାତ ଲାଗିଥିଲା। ଚଳିତ ୪ ଦିନିଆ ଇଣ୍ଟ୍ରା-ସ୍କ୍ବାଡ୍‌ ମ୍ୟାଚ୍‌ରେ ଖୁସ୍‌ଦିଲ ସ୍ଥାନ ପାଇ ନାହାନ୍ତି। ଜୁଲାଇ ୨୪ରୁ ୨୭ ପର୍ଯ୍ୟନ୍ତ ଡର୍ବିଠାରେ ହେବାକୁଥିବା ଦ୍ୱିତୀୟ ୪ ଦିନିଆ ମ୍ୟାଚ୍‌ ପାଇଁ ସେ ଉପଲବ୍ଧ ହେବେ ନାହିଁ। କିନ୍ତୁ ଏହି ୨୫ ବର୍ଷୀୟ କ୍ରିକେଟର ଆସନ୍ତା ସପ୍ତାହରୁ ଟ୍ରେନିଂ ଆରମ୍ଭ କରିପାରିବେ। ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଟୁର୍‌ରେ ଅଛି। ଦଳ ଆସନ୍ତା ମାସରେ ଆୟୋଜକ ଦେଶ ସହ ୩ଟି ଟେଷ୍ଟ, ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଖେଳିବ। ପ୍ରଥମ ଟେଷ୍ଟ ଓଲ୍ଡ ଟ୍ରାଫୋର୍ଡଠାରେ ଅଗଷ୍ଟ ୫ରୁ ଆରମ୍ଭ ହେବ।

Share