Categories: ବାଣିଜ୍ୟ

କିଆ ଇଣ୍ଡିଆର ଦି ନ୍ୟୁ ସେଲ୍‌ଟସ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୫।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମିଡ୍‌ ସାଇଜ ଏସ୍‌ୟୁଭି ‘ଦି ନ୍ୟୁ କିଆ ସେଲ୍‌ଟସ୍‌’ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଦି ନ୍ୟୁ କିଆ ସେଲ୍‌ଟସ୍‌ରେ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ବର୍ତ୍ତମାନର ଫିଚର ଏବଂ ସୁବିଧା ମଧ୍ୟ ଉପଲବ୍ଧ। ସେହିଭଳି ଉକ୍ତ ମଡେଲ ନୂଆ ରୂପରେ ବଜାର ପ୍ରବେଶ ହୋଇଥିବାବେଳେ ଏକ ଆକର୍ଷଣୀୟ ଡିଜାଇନ ଏବଂ ଉନ୍ନତ ବୈଶିଷ୍ଟ୍ୟରେ କିଆ ସେଲ୍‌ଟସ୍‌ ସୁସଜ୍ଜିତ ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁନ୍‌ ୩୦ରେ ଦି ନ୍ୟୁ କିଆ ସେଲ୍‌ଟସ୍‌ର ଟିଜର ଜାରି କରାଯାଇଥିଲା। ଉକ୍ତ ମେଡଲର ଟିଜର ଗ୍ରାହକଙ୍କ ମନରେ ଏକ ପ୍ରକାର ଉତ୍କଣ୍ଠା ସୃଷ୍ଟି କରିବା ସହ ସର୍ବଭାରତୀୟ ଉନ୍ମୋଚନକୁ ଅପେକ୍ଷା କରିଥିବା ଗ୍ରାହକମାନେ ବିଭିନ୍ନ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ,୨୦୨୩ ଜୁଲାଇ ୧୪ରୁ ଦି ନ୍ୟୁ କିଆ ସେଲ୍‌ଟସ୍‌ର ବୁକିଂ ଆରମ୍ଭ ହେଉଥିବାବେଳେ ଏହାର ଗ୍ରାହକମାନେ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ଜରିଆରେ ମଧ୍ୟ ଉକ୍ତ ମଡେଲ ଉଭୟ କିଆର ଅଫିସିଆଲ ଓ୍ବେବ୍‌ସାଇଟ ଏବଂ ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟଗୁଡିକରେ ବୁକିଂ ଉପଲବ୍ଧ ହେବ ବୋଲି କିଆ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ୨୦୧୯ ଅଗଷ୍ଟରେ ସେଲ୍‌ଟସ୍‌ର ଶୁଭାରମ୍ଭ ସହ ଭାରତୀୟ ବଜାରରେ କିଆ ପ୍ରବେଶ କରିଥିଲା ଏବଂ ଏହା ଭାରତର ନୂତନ ପିଢ଼ିର ଗ୍ରାହକମାନଙ୍କୁ ଆକର୍ଷିତ କରିବାରେ ସଫଳ ହୋଇପାରିଛି।

Share