ବିବାହ ଭେନ୍ୟୁ ସ୍ଥିର କଲେ କିଆରା-ସିଦ୍ଧାର୍ଥ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଚଳତ ବର୍ଷ ନୁହେଁ ବରଂ ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଏବେ ଏମାନଙ୍କର ବିବାହ ଭେନ୍ୟୁ ସ୍ଥିର ହୋଇ ସାରିଛି । ବିବାହ ପାଇଁ କପୁଲ ଦୁଇଟି ମହତ୍ୱପୂର୍ଣ୍ଣ ସ୍ଥାନ ଉପରେ ଧ୍ୟାନ କେନ୍ଦ୍ରୀତ କରିଛନ୍ତି । କେବଳ ସେତିକି ନୁହେଁ ଉଭୟ ମାଲହୋତ୍ରା ଓ ଆଡଭାନୀ ପରିବାର ୱେଡିଂ ଭେନ୍ୟୁକୁ ନେଇ ବିଚାର କରୁଥିବା ଶୁଣିବାକୁ ମିଳିଛି ।
ସୂଚନାଯୋଗ୍ୟ, ସିଡ-କିଆରାଙ୍କ ୱେଡିଂ ଭେନ୍ୟୁ ଗୋଟିଏ ଚଣ୍ଡିଗଡ଼ରେ ଦ ଓବରୟ ସୁଖବିଲାସରେ ହେବ । ଏହା ରାଜଧାନୀ ଦିଲ୍ଲୀରୁ ପାଖହେବ । ସିଦ୍ଧାର୍ଥଙ୍କ ପରିବାର ଦିଲ୍ଲୀରେ ରହୁଥିବାରୁ ଏହା ତାଙ୍କ ପାଇଁ ସୁବିଧା ଜନକ ହେବ । ଏହାପରେ ମୁମ୍ବାଇରେ ଅତିଥି ଓ ସାଙ୍ଗସାଥିଙ୍କ ପାଇଁ ଏକ ଭବ୍ୟ ସ୍ୱାଗତ ସମାରୋହର ଆୟୋଜନ କରାଯିବ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରିଡ ଓ କିଆରାଙ୍କ ପରିବାର ଏବେ ଗେଷ୍ଟଙ୍କ ଫାଇନାଲ ଲିଷ୍ଟ ପସ୍ତୁତ କରୁଛନ୍ତି । ଏଥିରେ ଫିଲ୍ମ ଇଣ୍ଡଷ୍ଟ୍ରିର ସାଥି ଯେଉଁମାନଙ୍କ ମଧ୍ୟରେ କେତେଜଣ କଳାକାର ଓ ଫିଲ୍ମ ନିର୍ମାତା ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରେ କରଣ ଜୋହର ଓ ଅଶ୍ୱିନୀ ୟାର୍ଡିଙ୍କ ନାମ କୁଆଡେ ପକ୍କା ହୋଇସାରିଛି । ଷ୍ଟାର ବ୍ରିଗେଡରେ ବରୁଣ ଓଧ୍ୱନ, ଭିକ୍କି କୌଶଲ, କ୍ୟାଟ୍ରିନା କୈଫ, ରକୁଲ ପ୍ରୀତ ଆଦି ସାମିଲ ଅଛନ୍ତି । ଏବେ ସିଦ୍ଧାର୍ଥ ଓ କିଆରା ନିଜ ନିଜ ଶୁଟିଂରେ ବ୍ୟସ୍ତ ଅଛନ୍ତି । କିଆରା ରାମ ଚରଣଙ୍କ ସହ ଆରସି୧୫ର ଶୁଟିଂ କରୁଥିବା ବେଳେ ସିଦ୍ଧାର୍ଥ ରୋହିତ ସେଟ୍ଟିଙ୍କ ସହ ତାଙ୍କ ସିଡ୍ୟୁଲ ସମ୍ପୂର୍ଣ୍ଣ କରୁଛନ୍ତି ।

Share