କିୟାରାଙ୍କ ଗ୍ଲାମରସ ଫଟୋଶୁଟ୍‌

ମୁମ୍ବାଇ: ବଲିଉଡ୍ ନାୟିକା କିୟାରା ଆଡଭାନୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ନିଜର ଷ୍ଟାଇଲ ସେନ୍ସ ପାଇଁ ଅଧିକାଂଶ ସମୟରେ ସେ ଥାଆନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋଶୁଟର ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ତାଙ୍କ ଅନ୍ଦାଜ ଦେଖିବା ଭଳି ହୋଇଛି । ବ୍ଲାକ ଡ୍ରେସରେ ସେ ଯେଉଁ ଫଟୋ ଶୁଟ୍ କରିଛନ୍ତି ତାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । କେବଳ ସେତିକି ନୁହେଁ କ୍ୟାମେରା ସାମ୍ନାରେ ତାଙ୍କର ଏକ୍ସପ୍ରେଶନ ବି ଦେଖିବା ଭଳି ଲାଗୁଛି । କିୟାରାଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକ ଲାଇକ୍ କରିବା ସହ କମେଣ୍ଟ ବି କରୁଛନ୍ତି । ସେ ଶେୟାର କରିଥିବା ଭିଡିଓକୁ ଏବେ ୨୧ ଲକ୍ଷରୁ ଅଧିକ ଭ୍ୟୁଜ ମିଳିଲାଣି । କିୟାରାଙ୍କ ଅଗାମୀ ଫିଲ୍ମ ଶେରସାହା ହୋଇଥିବା ବେଳେ ଏଥିରେ ତାଙ୍କ ଅପୋଜିଟରେ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଦେଖିବାକୁ ମିଳିବ ।

Share