ଗାଜିଆବାଦି ଭାଷା ଶିଖୁଛନ୍ତି କିଆରା

ମୁମ୍ବାଇ: ବଲିଉଡ୍ ବିୟୁଟି କିଆରା ଆଡଭାନୀ ଖୁବ୍‌ଶୀଘ୍ର ଫିଲ୍ମ ‘ଇନ୍ଦୁ କି ଯବାନୀ’ରେ ନଜର ଆସିବେ । ଏଥିରେ ସେ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତିି ତାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ଏହି ଫିଲ୍ମରେ ଅଭିନୟ କରିବାକୁ ସେ ଗାଜିଆବାଦି ଭାଷା ଶିକ୍ଷା କରିଛନ୍ତି । କାରଣ ଏଥିରେ ତାଙ୍କୁ ଏହି ଭାଷା କହିବାକୁ ଥିବାରୁ ସେ ଏହାକୁ ଶିକ୍ଷା କରୁଛନ୍ତି । ଅଭିର ସେନଗପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଉତ୍ତରପ୍ରଦେଶ ଗାଜିଆବାଦର ଏକ ଯୁବତୀଙ୍କ କାହାଣୀ ଉପରେ ଆଧାରିତ । ଆଉ କିଆରା ଏହି ଚରିତ୍ରରେ ନଜର ଆସିବେ । ପାଖାପାଖି ଦୁଇ ମାସ ହେବ ସେ ଏହି ଭାଷା ଶିଖୁଥିବା ବେଳେ ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି ମୁଁ ମୋ ଚରିତ୍ରକୁ ଖୁବ୍ ଭଲଭାବେ ଚିତ୍ରଣ କରିବାକୁ ଗାଜିଆବାଦି ଭାଷା ଶିକ୍ଷା କରିଛି । ନିକଟରେ କିଆରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫିଲ୍ମର ଟିଜର ଶେୟାର କରିଥିଲେ । ଏହାର ଗୀତ ନଭେମ୍ବର ୨୭ରେ ରିଲିଜ୍ ହେବ । ହେଲେ ଟିଜରକୁ ଦେଖି ଦର୍ଶକେ ଫିଲ୍ମକୁ ଅପେକ୍ଷା ରଖିଥିବା ଅନୁମାନ କରାଯାଉଛି ।

Share