ନାମକରଣ ଅନ୍ତରାଳେ…

କିଆରା ଆଡଭାନୀଙ୍କ ନାମକରଣ ଅନ୍ତରାଳେ ଏକ ରୋଚକ କଥା ଲୁଚିରହିଛି। ଏଥିଲାଗି ସେ ଜଣେ ଅଭିନେତ୍ରୀଙ୍କୁ ପ୍ରଶଂସା କରିବାକୁ ଭୁଲୁନାହାନ୍ତି। ସେ ହେଲେ ପ୍ରିୟଙ୍କା ଚୋପ୍ରା। ତେବେ କିଆରାଙ୍କ ନାମକରଣ ପଛରେ ପ୍ରିୟଙ୍କାଙ୍କ ଭୂମିକା କ’ଣ ରହିଛି ବୋଲି ଅନେକଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ। ଅସଲ କଥା ହେଲା କିଆରା ଯେତେବେଳେ ବଲିଉଡ୍‌ରେ ଏଣ୍ଟ୍ରି କଲେ ତା’ ପୂର୍ବରୁ ତାଙ୍କର ନାମ ଥିଲା ଆଲିୟା। ହେଲେ ସେ ନିଜ ନାମକୁ ପରିବର୍ତ୍ତନ କରିବାକୁ ଚାହିଁଥିଲେ। ସେହି ସମୟରେ ସେ ପ୍ରିୟଙ୍କାଙ୍କ ଅଭିନୀତ ‘ଅଞ୍ଜାନା ଅଞ୍ଜାନୀ’ ଟାଇଟଲବିଶିଷ୍ଟ ଏକ ସିନେମା ଦେଖିଥିଲେ। ଏହି ଫିଲ୍ମରେ ତାଙ୍କର କ୍ୟାରେକ୍ଟର ଥିଲା କିଆରା। ବାସ୍‌, ଯେତେବେଳେ ଏକଥା ମନେପଡିଲା ସେତେବେଳେ ସେ ବିଳମ୍ବ ନ କରି ନିଜ ନାମକୁ ଆଲିୟାରୁ କିଆରାକୁ ବଦଳାଇ ଦେଇଥିଲେ। ହିନ୍ଦୀ ସିନେମାରେ କିଆରାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଫୁଗଲି’, ଯାହା ୨୦୧୪ରେ ରିଲିଜ ହୋଇଥିଲା। ତା’ପରେ ସେ ‘ଏମ.ଏସ. ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି’, ‘କଲଙ୍କ’, ‘କବୀର ସିଂ’, ‘ଲକ୍ଷ୍ମୀ’, ‘ଇନ୍ଦୁ କି ଜଓ୍ବାନୀ’ ଏବଂ ‘ଭୁଲ୍‌ ଭୁଲେୟଁା-୨’ ଆଦି ସିନେମାରେ ସେ ଅଭିନୟ କରିସାରିଛନ୍ତି।

Share