କିଆରାଙ୍କ ପସନ୍ଦ ସି ବିଚ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବେ ପ୍ରଫେସନାଲ ଓ ପର୍ସନାଲ ଲାଇଫ ମଧ୍ୟରେ ଖୁବସୁରତ ବାଲାନ୍ସର ଆନନ୍ଦ ନେଉଛନ୍ତି। କିଛିବର୍ଷ ହେବ ଏହି ଅଭିନେତ୍ରୀ ବଲିଉଡକୁ କିଛି ହିଟ ମୁଭି ଭେଟି ଦେଇଛନ୍ତି। ଆଉ ଏହାକୁ ନେଇ ସେ ନିକଟରେ ମନ ଖୋଲି କଥା ହୋଇଛନ୍ତି। କିଆରା ଅଭିନେତା-ସ୍ବାମୀ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ତାଙ୍କର ନିକଟରେ ପାଳନ କରିଥିବା ଜନ୍ମଦିନର ବିଷୟରେ ମଧ୍ୟ କଥା ହୋଇଥିଲେ। ୩୧ ଜୁଲାଇରେ କିଆରା ଆଡଭାନୀ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରିଥିଲେ। ସିଡ ଏବଂ କିଆରାଙ୍କୁ ଇଟାଲୀର ଅମାଲ୍ଫି ସମୁଦ୍ର ପୂଳରେ ଛୁଟି କାଟୁଥିବା ଦେଖାଯାଇଥିଲା। ଅମାଲ୍ଫି ପୋଷ୍ଟ ଏହାର ନୀଳ ଜଳ ପାଇଁ ପ୍ରସିଦ୍ଧ। ନିକଟରେ ଏକ ସାକ୍ଷାତକାରରେ କିଆରା ଆଡଭାନୀଙ୍କୁ ପଚରାଯାଇଥିଲା ଯେ ସେ କିପରି ତାଙ୍କର ଯାତ୍ରା ଗନ୍ତବ୍ୟ ସ୍ଥଳ ସ୍ଥିର କରନ୍ତ। କିଆରା ବଲିଉଡ ହଙ୍ଗାମାଙ୍କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ସୌଭାଗ୍ୟବଶତଃ, ଆମେ ଦୁହେଁ ଟ୍ରାଭେଲ କରିବାକୁ ଭଲ ପାଉ, ତେଣୁ ସ୍ଥାନ ବାଛିବା କୌଣସି ଅସୁବିଧା ହୁଏ ନାହିଁ।
କିଆରା (କିଆରା-ସିଦ୍ଧାର୍ଥ) ଏହା ମଧ୍ୟ କହିଛନ୍ତି ଯେ ଦୁହେଁ (ସିଦ୍ଧାର୍ଥ) ଜଳକୁ ବହୁତ ଭଲ ପାଆନ୍ତି ଏବଂ ସେ ସମୁଦ୍ର କୂଳ ଛୁଟି କରିବାକୁ କେବେ ମନା କରିପାରିବେ ନାହିଁ। ତାଙ୍କ ଜନ୍ମଦିନରେ ପୋଷ୍ଟ ହୋଇଥିବା ଭିଡିଓ ବିଷୟରେ ସେୟାର କରି କିଆରା କହିଛନ୍ତି ଯେ ଦୁହେଁ ପହଁରିବାରେ ମାହିର ଥିବାବେଳେ ସିଦ୍ଧାର୍ଥ ମଲହୋତ୍ରା ସୁଇମିଂ କରିବାକୁ ଓ ଗାଧୋଇବାକୁ ଭଲ ପାଆନ୍ତି। ସେ ମୋ ଠାରୁ ଅଧିକ ଆଡଭାନ୍ସ, କିନ୍ତୁ ସେ ଏହା ମଧ୍ୟ ଉପଭୋଗ କରୁଥିବା ସ୍ବୀକାର କରିଛନ୍ତି। ବଡ ହେବାବେଳେ ସେ ବହୁତ ଆଗ୍ରହ ସହିତ ସନ୍ତରଣ ମଧ୍ୟ କରିଛନ୍ତି।
ପାଣି ପ୍ରତି ରହିଛି ଉଭୟ କଳାକାରଙ୍କ ଦୁର୍ବଳତା। କିଆରା କୁହନ୍ତି ମୁଁ ପାଣି ଭଳି ମୋତେ ଯେଉଁଥିରେ ପକାଇଦେବେ ମୁଁ ତାକୁ ସେହି ରୂପ ଦେଇଦେବି। ତେବେ ଆକ୍ଟିଂ କ୍ୟାରିୟରରେ ନମ୍ବର ଓ୍ବାନ ହୋଇ ରହିବା ପ୍ରଶ୍ନରେ ସେ କହିଛନ୍ତି, ମୋତେ ଏହା ପସନ୍ଦ ନୁହେଁ କିନ୍ତୁ ଆପଣ ଯେଉଁଠି ଅଛନ୍ତି ସେଠି ତିଷ୍ଠି ରହିବା ଓ ଖୁସିରେ ରହିବା ସବୁଠାରୁ ବଡ କଥା।

Share