କିଆରାଙ୍କୁ ଆୱାର୍ଡ ଡେଡିକେଟ କଲେ ସିଦ୍ଧାର୍ଥ

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାନୀ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ଏହି ନ୍ୟୁଲି ୱେଡ କପୁଲ ଲାଇମଲାଇଟରେ ରହିଛନ୍ତି । ଗତ ରାତିରେ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଏକ ଆୱାର୍ଡ ସମାରୋହରେ ବେଷ୍ଟ ଷ୍ଟାଇଲ ପାଇଁ ଆୱାର୍ଡ ମିଳିଥିଲା । ଏହି ଆୱାର୍ଡକୁ ସିଡ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ କିଆରା ଆଡଭାନୀଙ୍କୁ ଡେଡିକେଟ କରିଛନ୍ତି । ଏବେ ଏହାକୁ ନେଇ କିଆରାଙ୍କ ରିଆକ୍ସନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ଶୁକ୍ରବାର ବିଳମ୍ବିତ ରାତିରେ ବଲିଉଡ ହଙ୍ଗାମା ଷ୍ଟାଇଲ ଆଇକନ ଆୱାର୍ଡ ସମାରୋହର ଆୟୋଜନ ମୁମ୍ବାଇରେ କରାଯାଇଥିଲା । ଏହି ଆୱାର୍ଡ ଫଙ୍କସନ ସମୟରେ ସିଦ୍ଧାର୍ଥଙ୍କୁ ବେଷ୍ଟ ଷ୍ଟାଇଲର ଖାସ ସମ୍ମାନ ମିଳିଥିଲା । ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଦେଖାଯାଇଛି କି ଆୱାର୍ଡ ନେବା ସମୟରେ ସିଦ୍ଧାର୍ଥ କହୁଛନ୍ତି ବିବାହ ପରେ ଏହା ମୋର ଦ୍ୱିତୀୟ ଆୱାର୍ଡ । ପ୍ରଥମଟି ବେଷ୍ଟ ଆକ୍ଟର ଭାବେ ମିଳିଥିଲା ଆଉ ଏବେ ବେଷ୍ଟ ଷ୍ଟାଇଲ ଭାବେ ମିଳିଛି ।
ସେଥିପାଇଁ ମୋତେ ଲାଗୁଛି ମୋ ସ୍ତ୍ରୀ ଖୁବ ଖୁସି ହେବେ, କାରଣ ସେ ନିଜେ ଜଣେ ଭଲ ଅଭିନେତ୍ରୀ ଓ ବେହଦ ଷ୍ଟାଇଲିସ ବି । ଆଉ ବାକି ସେହି ଡିଜାଇନର ଯାହାଙ୍କ ନିକଟକୁ ମୁଁ ଯାଏ କୁଲ ଦେଖାଯିବାକୁ । ଏଭଳି ଭାବେ ସିଡ ତାଙ୍କ ଆୱାର୍ଡକୁ କିଆରାଙ୍କୁ ଡେଡିକେଟ କରିଛନ୍ତି ।
ଏହି ଭିଡିଓକୁ ଏବେ କିଆରା ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଭିଡିଓ ସହ ହାର୍ଟ ଇମୋଜି ଦେଇ କିଆରା ଲେଖିଛନ୍ତି, ‘ୟେହ ଆଦମି ମେରା ପୁରା ଦିଲ ହୈ । ଏହିଭଳି ଭାବେ କିଆରା ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ପ୍ରଶଂସା କରିବା ସହ ନିଜ ମନର କଥା ପ୍ରକାଶ କରିଛନ୍ତି ।

Share