ପରଫେକ୍ଟ ହସ୍‌ବ୍ୟାଣ୍ଡ ସିଦ୍ଧାର୍ଥ, ସ୍ତ୍ରୀଙ୍କ ଲାଗି…

ବମ୍ବେ: ପ୍ରେମର ସଫଳତା ବିବାହ ବୋଲି କୁହାଯାଏ। କିଛି ସେଭଳି ଘଟିଛି ବଲିଉଡର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀଙ୍କ କ୍ଷେତ୍ରରେ। କିଛି ମାସ ତଳେ ଦୁହେଁ ହାତକୁ ଦୁଇହାତ ହୋଇଛନ୍ତି। ଏମିତିରେ ଉଭୟଙ୍କ ବୈବାହିକ ଜୀବନ କିଭଳି ଚାଲିଛି ତା ଉପରେ ସମସ୍ତଙ୍କ ନଜର। ନିକଟରେ କିଆରା ଏକ ସାକ୍ଷାତକାରରେ ସିଦ୍ଧାର୍ଥଙ୍କ ଘରେ ପ୍ରଥମ ରୋଷେଇ ନେଇ ମୁହଁ ଖୋଲିଛନ୍ତି।

ସ୍ବାଧୀନତା ଦିବସ ଅବସରରେ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏଥିରେ ସେ ଯବାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଯେଉଁଥିରୁ ଗୋଟିଏ ଥିଲା ଶାଶୁଘରେ କ’ଣ ରୋଷେଇ କରିଛନ୍ତି। ଏହାର ଜବାବରେ କିଆରା କହିଥିଲେ ଏଯାଏ ପାଣି ଟିକେ ବି ଗରମ କରିନାହିଁ। ହେଲେ ସେ ଭାଗ୍ୟଶାଳୀ ଯେ ତାଙ୍କୁ ଭଲ ରୋଷେୟା ସ୍ବାମୀ ମିଳିଛନ୍ତି। ସିଦ୍ଧାର୍ଥ ସବୁ ପ୍ରକାର ଖାଦ୍ୟ ରୋଷେଇ କରିପାରନ୍ତି। ଏଣୁ କିଆରା ବେଶ ଖୁସି ମନରେ ସେସବୁ ଖାଆନ୍ତି।

କିଆରାଙ୍କ କଥା ଶୁଣିବା ପରେ ଅନେକ ସିଦ୍ଧାର୍ଥଙ୍କୁ ପରଫେକ୍ଟ ହସବ୍ୟାଣ୍ଡ ବୋଲି କହିଛନ୍ତି।

Share