ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ତାଙ୍କ ଚଳଚ୍ଚିତ୍ର ‘ ସତ୍ୟପ୍ରେମ କି କଥା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବେଶ୍ ଭଲ ରୋଜଗାର ମଧ୍ୟ କରୁଛି। ‘ ସତ୍ୟପ୍ରେମ କି କଥା’ଖୁବ୍ଶୀଘ୍ର ୧୦୦କୋଟିର କ୍ଲବରେ ସାମିଲ ହେବ। କିଆରା ଏପର୍ଯ୍ୟନ୍ତ ଦେଖାଦେଇଥିବା ସମସ୍ତ ଚଳଚ୍ଚିତ୍ର ହିଟ୍ ବୋଲି ପ୍ରମାଣିତ ହୋଇଛି। କିଆରା ନିକଟରେ ପ୍ରକାଶ କରିଛନ୍ତି, ସେ ଆମିର ଖାନଙ୍କ ‘ଲାଲ ସିଂ ଚଡ୍ଡା’ ପାଇଁ ଅଡିଶନ ଦେଇଥିଲେ। ତେବେ ସେ କେଉଁ ଭୂମିକା ପାଇଁ ଅଡିଶନ ଦେଇଥିଲେ ତାହା ସେ କହିନାହାଁନ୍ତି।
ନିକଟରେ ଏକ ସାକ୍ଷାତକାରରେ କିଆରା ଆଡଭାନୀ ଏହି ଭୂମିକା ପାଇଁ ଅଡିଶନ ଦେଇଥିବା କହିଥିଲେ। ଏଥିପାଇଁ ସେ କରୀନା କପୁରଙ୍କ ଉଦାହରଣ ଦେଇଛନ୍ତି। କିଆରା କହିଛନ୍ତି ଯେ, ସେ ‘ଲାଲ ସିଂ ଚଡ୍ଡା’ଙ୍କ ପାଇଁ ଅଡିଶନ ଦେଇଥିଲେ। ଏହା କେଉଁ ପ୍ରୋଜେକ୍ଟ ପାଇଁ ପ୍ରଥମରୁ ତାଙ୍କୁ ଜଣାନଥିଲା।
ତାଙ୍କ ଅଡିଶନ ବିଷୟରେ କଥାବାର୍ତ୍ତା କରି କିଆରା କହିଛନ୍ତି ଯେ, ମୁଁ ବୋଧହୁଏ ଭଲ ପ୍ରଦର୍ଶନ କରିନାହିଁ। କିଆରା କାଷ୍ଟିଂ କାଉଚର ଗୁରୁତ୍ୱ ଉପରେ ଆହୁରି ଗୁରୁତ୍ୱାରୋପ କରି କହିଛନ୍ତି ଯେ କିଏ ଭଲ ଅଭିନେତା ତାହା ନୁହେଁ, ବରଂ କିଏ ଚରିତ୍ରକୁ ଭଲ ଭାବେ ନିଭାଉଛନ୍ତି। ଅଡିଶନ ପ୍ରକ୍ରିୟା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।