କିଆରାଙ୍କୁ ୧୦ ମିନିଟ ପାଇଁ ଭେଟିବାକୁ ଚାହୁଁଛନ୍ତି ଏହି ପ୍ରଶଂସକ: ଅଭିନେତ୍ରୀଙ୍କ ଉତ୍ତର ଏବେ ଚର୍ଚ୍ଚାରେ

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ନୂୂଆ ନୂଆ ଫଟୋ ଶେୟାର କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫଟୋ ଏବଂ ଭିଡିଓକୁ ଦେଖିବା ପାଇଁ ଚାହିଁ ବସିଥାନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି। କିଆରାଙ୍କର ଜଣେ ପ୍ରଶଂସକ ତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ଉପରେ କିୟାରା ଏକ ମଜାଳିଆ ଉତ୍ତର ଦେଇଛନ୍ତି।
କିଆରାଙ୍କର ଜଣେ ପ୍ରଶଂସକ ଫ୍ୟାନ୍‌ ପେଜ୍‌ ମାଧ୍ୟମରେ ତାଙ୍କୁ ଭେଟିବାକୁ ଚାହୁଁଥିବା ଜଣାଇଥିଲେ। ଏଥିସହ ସେ ଏକ ବଡ଼ ନୋଟ୍‌ ମଧ୍ୟ ଲେଖିଥିଲେ। ସେ ଲେଖିଥିଲେ, ମୋ ପାଇଁ କିଆରା ମ୍ୟାଡମ ଜଣେ ଆଦର୍ଶ। ତାଙ୍କୁ ଭେଟିବା ମୋ ପାଇଁ ସୁବୁଠାରୁ ସୁନ୍ଦର ଭୁହୂର୍ତ୍ତ ହେବ। କିନ୍ତୁ ମୁଁ ଦୁଖିତ ଯେ, ମ୍ୟାଡମ୍‌ ବହୁତ ଥର ଦିଲ୍ଲୀ ଆସିସାରିଛନ୍ତି କିନ୍ତୁ ମୁଁ ତାଙ୍କୁ ସାକ୍ଷାତ କରିପାରୁ ନାହିଁ। ଆଗକୁ ମୁଁ ତାଙ୍କୁ ନିଶ୍ଚୟ ଭେଟିବି। ମୋର ଏହି ସ୍ବପ୍ନ ଶ୍ରୀଘ୍ର ପୂରଣ ହେବ ବୋଲି ମୁଁ ଆଶା କରୁଛି।
ଏହାର ଉତ୍ତରରେ କିଆରା ଲେଖିଛନ୍ତି, ସ୍ବପ୍ନ ସତ ହୁଏ ଏବଂ ପୂରଣ ମଧ୍ୟ ହୁଏ। ବହୁତ ଶୀଘ୍ର ଆପଣଙ୍କର ଏହି ସ୍ବପ୍ନ ପୂରଣ ହେବ। କିୟାରାଙ୍କ ଏହି ଉତ୍ତର ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି। ଏହାକୁ ପଢ଼ିବା ପରେ ପ୍ରଶଂସକଜଣଙ୍କ ଲେଖିଛନ୍ତି, ଆପଣଙ୍କର ପ୍ରତିଟି ଲାଇକ୍‌ ଏବଂ କମେଣ୍ଟ ମୋ ପାଇଁ ମହୁତ ମୂଲ୍ୟବାନ। ଆପଣ ମୋର ଯେଉଁସବୁ ଟୁଇଟ୍‌କୁ ଲାଇକ୍‌ କରିଛନ୍ତି ସେ ସବୁକୁ ମୁଁ ସେଭ୍‌କରି ରଖିଛି। ଆପଣଙ୍କର ପ୍ରତିଟି ଉତ୍ତର ମୋର ବୁକ୍‌ମାର୍କରେ ସେଭ୍‌ ହୋଇ ରହିଛି। ମୁଁ ଆପଣଙ୍କର ଜଣେ ଗର୍ବିତ ପ୍ରଶଂସକ। ମୁଁ ଆପଣଙ୍କ ପ୍ରତିଭା ଏବଂ ବ୍ୟବହାରକୁ ବହୁ ଭଲପାଏ ବୋଲି ସେ ଲେଖିଛନ୍ତି।

Share