ଏମିତି ଜୀବନସାଥୀ ଚାହାନ୍ତି କିଆରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ସେ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳୁଛି। ଯଦିଓ ଉଭୟେ ଏ କଥାକୁ ସ୍ବୀକାର କରିନାହାନ୍ତି।

ଖୁବ୍‌ କମ୍‌ଦିନ ମଧ୍ୟରେ କିଆରା ବଲିଉଡରେ ଅନେକ ଫିଲ୍ମ କରିଛନ୍ତି। ସେ ଫିଲ୍ମ ‘ଶେରଶାହ’ରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଅଭିନୟ କରିଥିଲେ। ଏହି ଯୋଡ଼ିଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ତାଙ୍କର ଲାଟେଷ୍ଟ ଫିଲ୍ମ ‘ଭୁଲ୍‌ ଭୁଲେୟା-୨’ ବକ୍ସ ଅଫିସରେ ବହୁତ ରୋଜଗାର କରୁଛି।  କିଆରା ନିଜ ପ୍ରେମ ଜୀବନ ବିଷୟରେ କେବେବି ଖୋଲାଖୋଲି ଭାବେ କହି ନାହାନ୍ତି। କିନ୍ତୁ ସେ କେମିତି ପ୍ରକାରର ଜୀବନ ସାଥୀ ଚାହୁଁଛନ୍ତି ତାହା ନିଶ୍ଚିତ ଭାବରେ କହିଛନ୍ତି।

ଏକ ସାକ୍ଷାତକାରରେ କିଆରା କହିଛନ୍ତି, ତାଙ୍କ ଜୀବନସାଥୀ ଜଣେ ବିଶ୍ୱସ୍ତ, ଯତ୍ନଶୀଳ ଏବଂ ମଜାଳିଆ ହୋଇଥିବା ଦରକାର। ଯିଏ କି ମୋ କଥାକୁ ଧ୍ୟାନ ଦେଉଥିବେ, ମୋ’ କଥା ଶୁଣୁଥିବେ। ମୋତେ ହାଲୁକା ଭାବରେ ଗ୍ରହଣ କରୁ ନ ଥିବେ। ମୋ’ର ଏମିତି ଜୀବନସାଥୀ ଦରକାର।

କିଆରା ଆଜିକାଲି ବରୁଣ ଧାଓ୍ବନଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ଯୁଗ୍‌ ଯୁଗ୍‌ ଜିଓ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।

Share