ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ସିଦ୍ଧାର୍ଥ ମାଲହୋତ୍ରା

ଅଭିନେତ୍ରୀ କିଆରା ଆଡଭାନୀଙ୍କ ପ୍ରେମରେ ପଡିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। ଉଭୟଙ୍କୁ ଅନେକ ପାର୍ଟିରେ ଅନେକ ଥର ଏକାଠି ନଜର ଆସିଥିଲେ। ଅବଶ୍ୟ ଦୁହେଁ ଏନେଇ କୌଣସି ପ୍ରତିକ୍ରିୟା କରିନାହାଁନ୍ତି। ନିକଟରେ କପିଲ ଶର୍ମା ଶୋ’ରେ ଅକ୍ଷୟ କୁମାର କିଆରା ଆଡଭାନୀଙ୍କ ପୋଲ ଖୋଲିଛନ୍ତି। ଲକ୍ଷ୍ମୀ ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା କିଆରା ଆଡଭାନୀ କପିଲ ଶର୍ମାଙ୍କ ଶୋ’ରେ ତାଙ୍କ ଫିଲ୍ମର ପ୍ରମୋଶନ ପାଇଁ ପହଞ୍ଚିଥିଲେ। ଅକ୍ଷୟ କୁମାର କିଆରାଙ୍କୁ ପ୍ରେମ ଜୀବନ ସହ ଜଡିତ ପ୍ରଶ୍ନ ପଚାରିଛନ୍ତି। ଏହାର ଜବାବରେ କିଆରା କହିଛନ୍ତି, ମୁଁ ଯେବେ ବିବାହ କରିବି ସେବେ ମୋର ବ୍ୟକ୍ତିଗତ ଜୀବନ ବିଷୟରେ କହିବି। ଅକ୍ଷୟ ଶେଷରେ କହିଥିଲେ କିଆରା ବଡ ‘ସିଦ୍ଧାନ୍ତ’ ନେଉଥିବା ଭଳି ଝିଅ। ଅକ୍ଷୟଙ୍କ ଏହି କଥାରେ ଉପସ୍ଥିତ ଦର୍ଶକ ହସିବାକୁ ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ କିଆରା ଏବଂ ସିଦ୍ଧାର୍ଥଙ୍କୁ ଶେରଶାହ ଫିଲ୍ମରେ ଏକାଠି ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି କାରଗିଲ୍‌ ହିରୋ କ୍ୟାପଟେନ ବିକ୍ରମ ବତ୍ରାଙ୍କ ବାୟୋପିକ ଅଟେ। ସିଦ୍ଧାର୍ଥଙ୍କୁ ବିକ୍ରମ ଏବଂ ତାଙ୍କ ଯାଆଁଳା ଭାଇ ବିଶାଲ ଭୂମିକାରେ ନଜର ଆସିବେ।

 

Share