ଜୈସଲମେର ପହଞ୍ଚିଲେ କିଆରା

ମୁମ୍ବାଇ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କ ଭାବି ପତ୍ନୀ ତଥା ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ବିବାହ ପାଇଁ ଏବେ ଖୁବ୍ ଚର୍ଚ୍ଚାରେ । ବାହାଘର ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଶନିବାର କିଆରା ଦ୍ୱିପ୍ରହରରେ ମୁକେଶ ଅମ୍ବାନୀଙ୍କ ଚାର୍ଟର ପ୍ଲେନରେ ଫ୍ୟାଶନ ଡିଜାଇନର ମନିଷ ମାଲହୋତ୍ରା ଓ ତାଙ୍କ ଟିମ ସହ ଜୈସଲମେର ପହଞ୍ଚିଛନ୍ତି । ରବିବାରଠାରୁ ଆରମ୍ଭ ହେବାକୁ ଥିବା ରାଜକୀୟ ବିବାହ ଫଙ୍କସନ ପାଇଁ ସୂର୍ଯ୍ୟଗଡ଼ ପ୍ୟାଲେସ ହୋଟେଲକୁ ସଜା ଯାଇଛି ।

ବଲିଉଡର ଏହ ଯୋଡିଙ୍କ ବିବାହର ସମସ୍ତ ଘଟଣାକ୍ରମକୁ ଗୋପନ ରଖାଯାଇଛି । ଏବେ କିଆରା ଜୈସଲମେର ପହଞ୍ଚିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏହି ଷ୍ଟାର କପଲ ତାଙ୍କର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ହ୍ୱାଇଟ ଆଉଟ ଫିଟରେ ଥିବା କିଆରାଙ୍କୁ ଦେଖିବାକୁ ବିମାନ ବନ୍ଦରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । କିଆରା-ସିଦ୍ଧାର୍ଥଙ୍କ ରାଜକୀୟ ବିବାହ ଉତ୍ସବ ରବିବାରଠାରୁ ଆରମ୍ଭ ହୋଇଯିବ । କେତେଜଣ ଅତିଥି ଶନିବାର ବର-କନ୍ୟାଙ୍କ ସହ ଆସୁଥିବା ବେଳେ ଆଉ କେତେଜଣ ଅତିଥି ରବିବାର ଜୈସଲମେରରେ ପହଞ୍ଚିବେ ।
ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ବିବାହ ଫଙ୍କସନ ୫ ଫେବୃୟାରୀ ଅର୍ଥାତ୍ ରବିବାରରୁ ଆରମ୍ଭ ହେବ । ଅତିଥିଙ୍କ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜୈସଲମେର ବିମାନ ବନ୍ଦର ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Share