ଅଭିନେତ୍ରୀ ନ ହୋଇଥିଲେ କ’ଣ ହୋଇଥାଆନ୍ତେ କିଆରା

ମୁମ୍ବାଇ: ଫିଲ୍ମ ‘ଗୁଡ ନ୍ୟୁଜ’ ଓ ‘କବିର ସିଂ’ରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନି । ଏବେ ତାଙ୍କ ଅଭିନୀତ ଫିଲ୍ମ ‘ଶେରଶାହା’କୁ ନେଇ ସେ ଖୁବ୍ ଚର୍ଚ୍ଚାରେ । ଏହାକୁ ନେଇ କିଆରା କୁହନ୍ତି ଦେଶଭକ୍ତିର ଫିଲ୍ମ ତାଙ୍କ ପାଇଁ ଏକ ଭିନ୍ନ ଅନୁଭୁତି । ଏହାସହ ଦେଶର ବୀର ସେନା ଓ ସେନାଙ୍କ ପଛରେ ଥିବା ସେନାଙ୍କୁ ସେ ସଲାମ କରନ୍ତି । କାରଣ ଏମାନେ ଶରୀରର ହାଡକୁ ମଜଭୁତ କରିଥାଆନ୍ତି ଅର୍ଥାତ୍ ଜଣେ ସେନା ଅଧିକାରୀଙ୍କ ପାଇଁ ଏମାନେ ଶକ୍ତିର ସ୍ତମ୍ଭ । ୨୯ ବର୍ଷିୟା କିଆରା ଫଗଲିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ଏବେ ସେ ଜଣେ ଆଗଧାଡିର ଅଭିନେତ୍ରୀ । ତେବେ ନିକଟରେ ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଯଦି ସେ ଅଭିନୟ ଦୁନିଆକୁ ଆସି ନ ଥାଆନ୍ତେ ତେବେ ସେ ଜଣେ ଶିଶୁ ମନୋଚିକିତ୍ସକ ହୋଇଥାଆନ୍ତେ । ଅଭିନୟକୁ ଆସିବା ପରେ ଏମ୍‌ଏସ୍ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ ତାଙ୍କ କ୍ୟାରିୟରରେ ଆଣିଥିଲା ଟର୍ଣ୍ଣିଂ ପଏଣ୍ଟ ।

Share