କହୁ କହୁ ଏମିତି କିଛି କହିଦେଲେ କିଆରା, ଲାଜେଇ ଗଲେ କାର୍ତ୍ତିକ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାନୀ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲେୟା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । କାର୍ତ୍ତିକ ଏବଂ କିଆରା ଫିଲ୍ମକୁ ନେଇ ଖବରଦାତା ସମ୍ମିଳନୀରେ ନଜର ଆସିଥିଲେ। ଏହି ସମୟରେ କିଆରା ଏମିତି କିଛି କହି ଦେଇଥିଲେ ଯାହାକୁ ଶୁଣି କାର୍ତ୍ତିକ ନିଜ ହସ ରୋକି ପାରି ନ ଥିଲେ।
ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଆରା ମିଡିଆ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଥିଲା। କିଆରା କହୁଥିଲେ ଯେ, ଯେତେବେଳେ ଆମେ କୌଣସି ହବେଲୀରେ ଶୁଟିଂ କରିବାକୁ ଯାଉ ପ୍ରାୟତଃ ଏହାସହ ଗୋଟିଏ କାହାଣୀ ଲୁଚିଥାଏ । ତେବେ ଏହାର ଫାଇଦା ତ ତାଙ୍କୁ ନେବାର ଥିଲା । ସେହି ସମୟରେ କାର୍ତ୍ତିକଙ୍କଠାରୁ ଉତ୍ତର ଶୁଣିବାକୁ ତାଙ୍କ ଆଡକୁ କ୍ୟାମେରା ଯିବା ମାତ୍ରେ ସେ ଲାଜେଇ ଯାଉଥିଲେ ଏବଂ ସେ ଉତ୍ତର ଦେଇପାରୁ ନ ଥିଲେ । ସେତେବେଳେ କିଆରା ବୁଝିପାରୁଥିଲେ ଯେ ତାଙ୍କ ପାଟିରୁ କିଛି ଭୁଲ ବାହାରି ଯାଇଛି ଏବଂ ସେ ତାକୁ ଠିକ୍‌ କରିବାକୁ କୁହନ୍ତି । ସେହି ସମୟରେ କାର୍ତ୍ତିକ କୁହନ୍ତି ଯେ, ଆପଣ ଯାହା କହିଛନ୍ତି ତାକୁ ଠିକ୍‌ କରିଦିଅନ୍ତୁ । ଏହି ଭିଡିଓକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି ।

Share