ଅଭିନେତାଙ୍କୁ ନେଇ ଏଭଳି କହିଲେ କିଆରା

ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ନିକଟରେ ତାଙ୍କ ନୂଆ ଫିଲ୍ମ‘ ‘ଭୁଲ ଭୁଲେୟା-୨’ର ପ୍ରମୋଶନ ପାଇଁ ସେ ବ୍ୟସ୍ତ ରହୁଛନ୍ତି। ଏହାରି ଭିତରେ କିଆରା ତାଙ୍କ କୋ-ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ କଥା ମନେ ପକାଇଥିଲେ। ଏକ ସାକ୍ଷାତକାରରେ ‘ଏମ୍‌ଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’କୁ ନେଇ କିଛି ଶେୟାର କରିଥିଲେ। ସେ କହିଥିଲେ, ସେଦିନ ଔରଙ୍ଗାବାଦ୍‌ରୁ ଶୁଟିଂ ସରୁ ସରୁ ବହୁତ ଡେରି ହୋଇଯାଇଥିଲା। ତା’ପର ଦିନ ଭୋର ୪ଟାରେ ଫ୍ଲାଇଟ ଥିଲା,ତେଣୁ ରାତିସାରା କେହି ଶୋଇ ନ ଥିଲୁ। ଏହାରି ଭିତରେ ସୁଶାନ୍ତ ତାଙ୍କ କ୍ୟାରିୟର ବିଷୟରେ ବହୁତ କିଛି କହିଥିଲେ। ତାଙ୍କ ଇଞ୍ଜିନିୟରିଂ ଲାଇଫ ବିଷୟରେ ମଧ୍ୟ କିଛି ଶେୟାର କରିଥିଲେ । କିଆରା ତାଙ୍କ ଜୀବନ ବିଷୟରେ ଶୁଣିବା ପରେ କହିଥିଲେ ସୁଶାନ୍ତ ତମେ ଜଣେ ସଚ୍ଚୋଟ ମଣିଷ , ତୁମ ଉପରେ ଦିନେ ବାୟୋପିକ ନିଶ୍ଚୟ ହେବ ।

Share