ନା ଡାକ୍ତର ନା କ୍ରିକେଟର, ଏମିତି ଲାଇଫ୍‌ ପାର୍ଟନର ଚାହାନ୍ତି କିଆରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ୍‌ କରୁଥିବା ଖବର ଚର୍ଚ୍ଚାରେ ରହିଛି। ଦୁହିଁଙ୍କୁ ଅଧିକାଂଶ ସମୟରେ ଏକାଠି ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଏନେଇ କିଆରା କିମ୍ବା ସିଦ୍ଧାର୍ଥ କେବେ ମୁହଁ ଖୋଲିନାହାନ୍ତି। ସବୁବେଳେ ଦୁହେଁ ଭଲ ବନ୍ଧୁ ବୋଲି କହି ଆସିଛନ୍ତି।

କିଆରାଙ୍କୁ ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ ଭାବେ ଗଣନା କରାଯାଏ। ଫିଲ୍ମ ‘କବୀର ସିଂ’ରୁ ତାଙ୍କ କ୍ୟାରିୟର ସଫଳତାର ପାହାଚ ଚଢ଼ିଥିଲେ। ଏବେ କିଆରା-ସିଦ୍ଧାର୍ଥ କପିଲ ଶର୍ମାଙ୍କ ଶୋ’ରେ ଗେଷ୍ଟ ସେଲିବ୍ରିଟି ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା। କପିଲ ଏବଂ ତାଙ୍କ ଟିମ୍‌ର ସମସ୍ତ ଜୋକ୍‌ ଶୁଣି କିଆରା ଏବଂ ସିଦ୍ଧାର୍ଥ ଖୁବ୍‌ ହସିଥିଲେ। ଶୋ’ରେ କପିଲ କିଆରାଙ୍କୁ ପଚାରିଥିଲେ ଆପଣ କେମିତିକା ଲାଇଫ୍‌ ପାର୍ଟନର ଚାହାନ୍ତି। କିଆରା ସଙ୍ଗେ ସଙ୍ଗେ କହିଥିଲେ କ୍ରିକେଟର ନୁହନ୍ତି କି ଡାକ୍ତର। ସେ ଜଣେ ଅଭିନେତାଙ୍କୁ ବିବାହ କରିବାକୁ ଚାହାନ୍ତି। କାରଣ ଅଭିନେତାଙ୍କୁ ବିବାହ କଲେ ବହୁତ ଭଲ ହେବ। ସମସ୍ତେ ଗୋଟିଏ ପ୍ରଫେଶନର।

କିଆରାଙ୍କ ଉତ୍ତର ଶୁଣି କପିଲ ଆଶ୍ଚର୍ଯ୍ୟ ହୋଇଗଲେ। ଏମିତିରେ ବି କିଆରା ଏବଂ ସିଦ୍ଧାର୍ଥ ପରସ୍ପରକୁ ଡେଟ୍‌ କରୁଥିବା ଶୁଣିବାକୁ ମିଳୁଛି। ତେବେ ଦେଖାଯାଉ କିଆରା କେଉଁ ଅଭିନେତାଙ୍କୁ ବିବାହ କରୁଛନ୍ତି।

Share