Categories: ବାଣିଜ୍ୟ

ୟୁବେର ଇଙ୍କ୍‌ ସହ କିଆର ବୁଝାମଣା

ନୂଆଦିଲ୍ଲୀ,୧୫।୧: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ କିଆ ମୋଟର୍ସ ଏବଂ ୟୁବେର ଟେକ୍ନୋଲୋଜି ଇଙ୍କ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି କିଆ ମୋଟର୍ସର ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ/ ଇଭି) ପାଇଁ ଆବଶ୍ୟକ ପିବିଭିଏସ୍‌ ସାମଗ୍ରୀଗୁଡ଼ିକୁ ଯୋଗାଇବା ସହିତ ଆବଶ୍ୟକ ସେବା ପ୍ରଦାନ କରିବା ଲାଗି ଉଭୟ ସଂସ୍ଥା ମଧ୍ୟରେ ଏହି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଉଲ୍ଲେଖଯୋଗ୍ୟ, ଲାସ୍‌ଭେଗାସଠାରେ ଆୟୋଜିତ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ଶୋ (ସିଇଏସ୍‌-୨୦୨୪) ଅବସରରେ ଏହି ଏମ୍‌ଓୟୁ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସ୍ବାକ୍ଷର ହୋଇଯାଇଛି। ସେହିଭଳି କିଆ ମୋଟର୍ସକୁ ୟୁବେର ପିଭି ୫ ଇଭି ମଡେଲଗୁଡିକୁ ଖୁବ୍‌ଶୀଘ୍ର ଯୋଗାଇ ଦେବ। ଏପରିକି କିଆ ମୋଟର୍ସ ମଧ୍ୟ ଯଥାଶୀଘ୍ର ଉକ୍ତ ମଡେଲର ଅନ୍ତରାଷ୍ଟ୍ରୀୟ ଉନ୍ମୋଚନ କାର୍ଯ୍ୟକ୍ରମ କରିବାକୁ ଯାଉଛି।

Share