Categories: ବାଣିଜ୍ୟ

ଆଡାସ୍‌ ଫିଚର ସହ କିଆର ଅତ୍ୟାଧୁନିକ କମ୍ପାକ୍ଟ ଏସ୍‌ୟୁଭ

ଭୁବନେଶ୍ୱର,୧୩।୧: କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ସୋନେଟ୍‌ର ବିକ୍ରୟ ଶୁଭାରମ୍ଭ ସହ ମୂଲ୍ୟ ଘୋଷଣା କରାଯାଇଛି। ଏପରିକି ସାରା ଦେଶରେ ନ୍ୟୁ ସୋନେଟ୍‌ର ମୂଲ୍ୟ (ଏକ୍ସ ଶୋ’ରୁମ୍‌) ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ କରି ଏକ ବିଶେଷ ବିକ୍ରୟ ଶୁଭାରମ୍ଭ ମୂଲ୍ୟରେ ସର୍ବୋତ୍ତମ ପ୍ରିମିୟମ୍‌ କମ୍ପାକ୍ଟ ଏସ୍‌ୟୁଭି ନୂଆ କିଆ ସୋନେଟ୍‌ ଅଫର କରୁଛି। ସେହିଭଳି ନ୍ୟୁ ସୋନେଟ୍‌ ୧୯ଟି ଭାରିଆଣ୍ଟ ଉପଲବ୍ଧ ସହ ଭିନ୍ନ ଭିନ୍ନ ପ୍ରକାର ଡ୍ରାଇଭିଂ ଅଭିଜ୍ଞତା ସହିତ ୯.୭୯ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ୫ ଡିଜେଲ ମାନୁଆଲ ମଧ୍ୟ ସେଥିରେ ସାମିଲ ରହିଛି। ସେହି ପ୍ରକାରରେ-ସର୍ବୋତ୍ତମ ଆଡାସ୍‌ ଲେଭେଲ୍‌-୧ ସହ ୧୦ଟି ସ୍ବୟଂଚାଳିତ କାର୍ଯ୍ୟ ସାଙ୍ଗକୁ ଉଭୟ ଡିଜେଲ ଏବଂ ପେଟ୍ରୋଲ ଇଞ୍ଜିନରେ ଟପ୍‌-ଅଫ୍‌-ଲାଇନ୍‌ରେ ଏହା ମଧ୍ୟ ଉପଲବ୍ଧ। ଅପରପକ୍ଷରେ ପେଟ୍ରୋଲଚାଳିତ ଜିଟି ଲାଇନ ଏବଂ ଏକ୍ସ ଲାଇନର ମୂଲ୍ୟ ଯଥାକ୍ରମେ ୧୪.୫୦ରୁ ୧୪.୬୯ ଲକ୍ଷ ଟଙ୍କା ରହିଥିବାବେଳେ ଡିଜେଲଚାଳିତ ମୂଲ୍ୟ ଯଥାକ୍ରମେ ୧୫.୫୦ରୁ ୧୫.୬୯ ଲକ୍ଷ ଟଙ୍କା ରହିଛି। ଏ ସମ୍ପର୍କରେ କିଆର ଇଣ୍ଡିଆର ଚିଫ୍‌ ସେଲ୍ସ୍‌ ଏବଂ ବିଜ୍‌ନେସ୍‌ ଷ୍ଟ୍ରାଟେଜି ଅଫିସର ମି.ମାୟଙ୍ଗ-ସିକ୍‌ ସୋନ୍‌ କହିଛନ୍ତି, ଆମେ ନ୍ୟୁ ସୋନେଟ୍‌ର ବିକ୍ରୟ ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି କମ୍ପାକ୍ଟ ଏସ୍‌ୟୁଭିରେ ପ୍ରିମିୟମ ଆଉ ଥରେ ବଜାୟ ରଖିପାରିଛୁ। ପୂର୍ବର ସୋନେଟ ତା’ର ବିଶେଷ ଡିଜାଇନ୍‌ ଏବଂ ଟେକ୍ନୋଲୋଜିଗତ ଉନ୍ନତତା ଯୋଗୁ ଗ୍ରାହକଙ୍କ ନିକଟରେ ସ୍ବତନ୍ତ୍ର ସ୍ଥାନ ପାଇଥିଲା।

Share