Categories: ଜାତୀୟ

‘ଯଦି ନ କରିପାରେ ଗୋଇଠା ମାରି ତଡ଼ିଦେବ’

ଭରୁଚ(ଗୁଜରାଟ),୧।୫ : ଆମ ଆଦମି ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଗୁଜରାଟରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିବା ସହ ଦିଲ୍ଲୀର ସଫଳ ଶାସନ ମଡେଲକୁ କାର୍ଯ୍ୟକାରୀ କରିବା ଲାଗି ସୁଯୋଗ ମାଗିଛନ୍ତି।
“ଗୁଜରାଟରେ ୬ ହଜାର ସରକାରୀ ସ୍କୁଲ ରହିଛି, ଯାହାକି ଏବେ ବନ୍ଦ ପଡ଼ିଛି। ଅନେକ ସ୍କ୍‌ୁଲ ଘର ଅବସ୍ଥା ଦୟନୀୟ। ଏଥିଯୋଗୁ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ବାଧାପ୍ରାପ୍ତ ହୋଇଛି। ଯେଉଁଭଳି ଆମେ ଦିଲ୍ଲୀରେ ସ୍କୁଲ ବଦଳିଛୁ, ସେହିଭଳି ସେମାନଙ୍କ ଭବିଷ୍ୟତକୁ ମଧ୍ୟ ଆମେ ପରିବର୍ତ୍ତନ କରିପାରିବୁ” ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ସେ ଗୁଜରାଟ ପ୍ରତିପକ୍ଷ ଭୁପେନ୍ଦ୍ର ପଟେଲଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି।
“ଗୁଜରାଟରେ ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ୍‌ରେ ଭାଜପା ବିଶ୍ୱ ରେକର୍ଡ କରିଛି। ବିନା ପ୍ରଶ୍ନପତ୍ର ଲିକ୍‌ରେ ଗୋଟିଏ ପରୀକ୍ଷା କରି ଦେଖାଇବା ପାଇଁ ମୁଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କୁ ଚ୍ୟାଲେଞ୍ଜ ଦେଉଛି। ଆମକୁ ଥରେ ସୁଯୋଗ ଦିଅ। ଯଦି ଏହି ସୁଯୋଗରେ ମୁଁ ସ୍କୁଲରେ ଉନ୍ନତି ନ ଆଣେ, ତେବେ ମୋତେ ଗୋଇଠା ମାରି ତଡ଼ିଦେବ” ବୋଲି କେଜରିଓ୍ବାଲ କହିଛନ୍ତି।

Share