ପ୍ରକୃତିରେ ଏପରି ଅନେକ ପ୍ରାଣୀ ଅଛନ୍ତି, ଯାହାର ରୂପ ଅତ୍ୟନ୍ତ ଭୟଙ୍କର। ଯେତେବେଳେ ସେମାନେ ସାମ୍ନାକୁ ଆସନ୍ତି, ଭୟରେ ମଣିଷର ଅବସ୍ଥା ଖରାପ ହୋଇଯାଏ। ଏହି ଭୟଙ୍କର ଜୀବମାନଙ୍କ ମଧ୍ୟରୁ କୁମ୍ଭୀର ଅନ୍ୟତମ।
ଯେତେ ସାହସୀ ଲୋକଟିଏ ହୋଇ ଥାଉନା କାହିଁକି କୁମ୍ଭୀର ଦେଖିଲେ ଭୟରେ ଦେହ ଥରି ଉଠିବ ନିଶ୍ଚିତ। କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ।
ଆପଣ ନିଶ୍ଚିତ ଭାବରେ ବିକ୍ରମ ବେତାଳ ଶୋ’ ଦେଖିଥିବେ। ଏଥିରେ ଏକ ଭୂତ ରାଜାଙ୍କ ପିଠିରେ ଲାଉ ହୋଇ ତାଙ୍କୁ କାହାଣୀ କହୁଥାଏ। ଭାଇରାଲ ଭିଡିଓରେ ଜଣେ କୁନି ବାଳକ ତା’ ପିଠିରେ ଏକ କୁମ୍ଭୀରକୁ ପକାଇ ଦୌଡୁଛି। ଭିଡିଓଟି @FunnyVideosID ନାମକ ଏକ ଟୁଇଟର ପେଜ୍ରେ ଶେୟାର ହୋଇଛି। ଯେଉଁଥିରେ ଶିଶୁର ସାହସିକତା ପ୍ରଶଂସନୀୟ।
ପିଲାଟି ଶର୍ଟ ପିନ୍ଧି ନାହିଁ। ନିଜ ଉଚ୍ଚତାର ଏକ କୁମ୍ଭୀରକୁ ପିଠିରେ ପକାଇ ବେଶ୍ ଆରାମରେ ଚାଲୁଥିବା ଦେଖିବାକୁ ମିଳିଛି। କୁମ୍ଭୀରର ଆଗ ଗୋଡକୁ ହାତରେ ଧରିଛି ଏବଂ ଲାଞ୍ଜ ପଛରେ ଝୁଲୁଥିବା ଦେଖିବାକୁ ମିଳିଛି।
ଭିଡିଓଟି ବର୍ତ୍ତମାନ ସୁଦ୍ଧା ୭୩ ହଜାରରୁ ଅଧିକ ଭ୍ୟୁ ପାଇଥିବାବେଳେ ଅନେକ ୟୁଜର ସେମାନଙ୍କ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, କୁମ୍ଭୀରଟି ଅଧିକ କଥା ହେବାକୁ ଚେଷ୍ଟା କରୁଛି ଏବଂ ପିଲାଟି ଜବରଦସ୍ତ ଘରକୁ ନେଇଯାଉଛି।