ବ୍ୟାଙ୍କକ୍,୧୨।୧: କୋଭିଡ-୧୯ ପରୀକ୍ଷଣ ପରେ ନାକରୁ ରକ୍ତ ବାହାରିବାର ଅଭିଯୋଗ କରିଛନ୍ତି ବ୍ୟାଡମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ। ମ୍ୟାଚ୍ ପାଇଁ ନିଜର ଧ୍ୟାନ ରଖୁଛୁ। ହେଲେ ଏଥିପାଇଁ ରକ୍ତ ବୁହାଇବା ପାଇଁ ଆସିନାହୁଁ ବୋଲି ସେ କହିବା ସହ ଥାଇଲାଣ୍ଡ ଓପନ୍ର ସ୍ବାସ୍ଥ୍ୟ ଅଧିକାରୀଙ୍କ ଏଭଳି ବ୍ୟବହାରକୁ ଗ୍ରହଣ କରିପାରୁନାହାନ୍ତି ବୋଲି ମଧ୍ୟ କହିଛନ୍ତି।
ତେବେ ସାଇନା ନେହଓ୍ବାଲଙ୍କ କୋଭିଡ ନମୂନା ପଜିଟିଭ୍ ଆସିବା ପରେ ଭାରତୀୟ ଖେଳାଳିଙ୍କ ଚତୁର୍ଥ ଥର ପାଇଁ ପରୀକ୍ଷଣ କରାଯାଇଥିଲା। ହେଲେ ଏହାପରେ ଶ୍ରୀକାନ୍ତଙ୍କ ନାକରୁ ରକ୍ତ ବାହାରିଥିଲି। ଏହାର କିଛି ଫଟୋ ସେ ଟୁଇଟରରେ ଶେୟାର କରିଛନ୍ତି। ବୁଧବାର ମ୍ୟାଚ୍ ଥିବା ବେଳେ ସେ ଏବେ ଚିକିତ୍ସିତ ହେଉଛନ୍ତି।