Categories: ଖେଳ

ଶ୍ରୀକାନ୍ତ ଆଣିଲେ ପ୍ରଥମ ପଦକ

ମାଡ୍ରିଡ୍‌,୧୭।୧୨: ପ୍ରଥମ ଭାରତୀୟ ଭାବେ କିଡାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ (୨୦୨୧) ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ମାର୍କ କାଲଜୋଙ୍କୁ ହରାଇ ଏହି ସଫଳତା ପାଇଛନ୍ତି ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଖେଳାଳି।

ଭାରତୀୟ ଖେଳାଳି ୨୧-୮ ଓ ୨୧-୭ ଗେମ୍‌ରେ ନେଦରଲାଣ୍ଡ ଷ୍ଟାରଙ୍କୁ ହରାଇ ଦେଇଥିଲେ। ପ୍ରତିପକ୍ଷ ଖେଳାଳିଙ୍କୁ ମାତ୍ର ୨୬ ମିନିଟ୍‌ରେ ପରାସ୍ତ କରିଥିଲେ ଶ୍ରୀକାନ୍ତ। ଏହି ବିଜୟ ସହ ସେ ବିଶ୍ୱ ଚାମ୍ପିୟନଶିପ୍‌ରେ ପଦକ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ନିଜ ଟାଇଟଲ ବଞ୍ଚାଇବାରେ ବିଫଳ ହୋଇଛନ୍ତି ପି ଭି ସିନ୍ଧୁ। ଦୁଇ ଥର ଅଲିମ୍ପିକ୍ସ ପଦକ ଧାରୀ ଖେଳାଳିଙ୍କୁ କ୍ୱାର୍ଟର ଫାଇନାଲରେ ସିଧାସଳଖ ଗେମ୍‌ରେ ଚାଇନାର ତାଇ ଜୁ ୟିଙ୍ଗଙ୍କ ଠାରୁ ପରାଜୟର ବରଣ କରିବାକୁ ପଡ଼ିଛି।

Share