ଗାଁ ଗାଁରେ ମାତିଛନ୍ତି ଦାଦନ ଦଲାଲ: ରାଜି ନ ହେଲେ ଗୁଣ୍ଡା ଲଗାଇ ଟେକି ନେଉଛନ୍ତି

ନୂଆପଡ଼ା,୧୨।୧୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକର ଗାଁଗୁଡିକରେ ବଲାଙ୍ଗୀର ଜିଲାର ଦାଦନ ଦଲାଲମାନେ ଆଡ୍ଡା ପକାଇଛନ୍ତି । ରାତି ହେଲେ ଗାଁ ଗାଁରେ ରଖିଥିବା ଦଲାଲମାନଙ୍କ ସହ ଘରକୁ ଘର ଯାଇ ଶ୍ରମିକମାନଙ୍କୁ ବଇନା ଟଙ୍କା ଦେଉଛନ୍ତି । କମ୍‌ ଟଙ୍କା ଦେଇ ଦାଦନ ଶ୍ରମିକ ଭାବେ ଯିବା ପାଇଁ ଜୋର ଜବରଦସ୍ତ କରୁଛନ୍ତି। ସେଥିରେ ଶ୍ରମିକ ରାଜି ନ ହେଲେ ଗୁଣ୍ଡା ଲଗାଇ ଟେକି ନେଉଥିବା ଅଭିଯୋଗ ହେଉଛି  । ଏପରି ଏକ ଘଟଣା ନୂଆପଡା ଜିଲା ଲଖନା ଥାନା ଦଳଦଳି ଗାଁରେ ଘଟିଛି ।

ସୂଚନା ମୁତାବକ, କୋମନା ବ୍ଲକ ତରବୋଡ ଫାଣ୍ଡି ଅଧୀନ ଜଟଗଡ ଗାଁର ମଧୁ ପରାଭୂଏ(୩୮) ନିଜ ସର୍ମ୍ପକୀୟଙ୍କ ସହ ଏକ ବାଇକ୍‌ରେ ବୁଧବାର ଅପରାହ୍ନ ୨ଟା ସମୟରେ କୁରୁମପୁରି ପଞ୍ଚାୟତ ଦଳଦଳି ଗାଁକୁ କୌଣସି କାମରେ ଆସିଥିଲେ। ସେହି ସମୟରେ ବଲାଙ୍ଗୀର ଜିଲା ବେଲପଡା ଥାନା କାନୁଟ ଗାଁର ଦାଦନ ସର୍ଦ୍ଧାରଙ୍କ ସହ ୪ ଜଣ ଏକ ବୋଲେରୋରେ ଆସି ମଧୁଙ୍କୁ ଦଳଦଳି ଗାଁ ଛକ ନିକଟରୁ ଜୋର ଜବରଦସ୍ତ ନେଇ ଯାଇଥିଲେ। ସାଙ୍ଗରେ ଥିବା ସମ୍ପର୍କୀୟଙ୍କୁ ଧକ୍କା ମାରି ବାଇକ୍‌ ଚାବି ନେଇ ଯାଇଥିଲେ। ପରେ ଚାବିକୁ ଅଧା ବାଟରେ ଫିଙ୍ଗି ଦେଇଥିଲେ।

ମଧୁଙ୍କୁ ୪ ଜଣ ବ୍ୟକ୍ତି ବୋଲେରୋରେ ନେଇ ବଡମହେଶ୍ୱର ଗାଁ ନିକଟ ଏକ ଢାବାରେ ମଦ ପିଇବା ପାଇଁ ବାଧ୍ୟ କରିଥିଲେ। ସେ ମନା କରିବାରୁ ତାଙ୍କୁ ଧମକ ଚମକ ଦିଆଯାଇଥିଲା। ଏପରି କି ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଯିବାକୁ ମନା କରିବାରୁ ସେଠାରୁ ନେଇ ବଡବ୍ୟାଙ୍କ ଗାଁଠାରେ ବୋଲେରୋରୁ ବାହାର କରି ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ । ପରେ କାନୁଟ ଗାଁକୁ ନେଇ ଘରେ ପୁରେଇ ପୁଣି ମାଡ ମାରିଥିଲେ। ମାଡ ମାରିବା ନେଇ କାହାକୁ କହିଲେ ପରିବାର ଲୋକଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।

ମଧୁଙ୍କ ମୁଣ୍ଡ, ପିଠି ଓ ଦୁଇ ଜଙ୍ଘରେ ଗଭୀର ଆଘାତ ଲାଗିଛି। ଅପହରଣ ଖବର ପାଇ ମଧୁଙ୍କ ସ୍ତ୍ରୀ ପ୍ରମିଳା ପରାଭୂଏ (୩୫) ଦୁଇ ପିଲା ମହେଶ (୩) ଓ ରଶ୍ମି (୮ ମାସ)ଙ୍କୁ ଧରି ଏସ୍‌ପି ଅଫିସ ଆସି ଅତିରିକ୍ତ ଏସ୍‌ପି ବେହେରାଙ୍କୁ ଏସବୁ ବିଷୟରେ ଜଣାଇ ଥିଲେ । ଅତିରିକ୍ତ ଏସ୍‌ପି ବେହେରାଙ୍କ ହସ୍ତକ୍ଷେପ ପରେ ରାତି ପ୍ରାୟ ଗୋଟାଏ ସମୟରେ ମଧୁଙ୍କୁ ଧରି ଦାଦନ ସର୍ଦ୍ଧାର ଜଣକ କୋମନା ଥାନାକୁ ଆସିଥିଲେ। କୋମନା ଥାନାରେ ମନା କରିବାରୁ ତରବୋଡ ଫାଣ୍ଡିରେ ପୋଲିସ ଜିମାରେ ମଧୁଙ୍କୁ ଛାଡି ଚାଲି ଯାଇଥିଲେ। ପରେ ପୋଲିସ ମଧୁଙ୍କୁ ତାଙ୍କ ଗାଁକୁ ନେଇ ପରିବାର ଲୋକଙ୍କ ଜିମା ଦେଇଥିଲା।

ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅପହରଣର ୩୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏ ନେଇ ପୋଲିସ ମାମଲା ରୁଜୁ କରିନାହିଁ  । ଅପହରଣକାରୀ ଆସି ପୋଲିସ ଜିମା ଦେଇ ଚାଲିଯାଉଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ଏହା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ତରବୋଡ ଫାଣ୍ଡି ଅଧିକାରୀ ଗୌରୀ ଶଙ୍କର ଦାସଙ୍କୁ ପଚାରିବାରେ ପରିବାର ଲୋକେ ବୁଧବାର ଘଟଣା ନେଇ ଲିଖିତ ଭାବରେ ଜଣାଇଛନ୍ତି। ଲଖନା ଥାନା ଅଞ୍ଚଳରେ ଘଟଣା ଘଟିଥିବାରୁ ଲଖନା ଥାନାରେ କେସ ହେବ ବୋଲି କହିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବେହେରାଙ୍କୁ ପଚାରିବାରେ ଅପହରଣକାରୀଙ୍କ ନାମରେ ଲିଖିତ ଅଭିଯୋଗ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image