Advertisement

ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର, କହିଲେ ଖସି ଆସି…

ଜୟପୁର,୨୩।୩: ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର।  କୋରାପୁଟ ଜିଲା  ବିସିଂପୂର ଥାନା ଅନ୍ତର୍ଗତ କିରମଗୁଡ଼ା ଗାର ଦୁର୍ଗମ ପାହାଡ଼ିଆ ଇଲକାର ଏକ ଘରେ ନେଇ ତାଙ୍କୁ ରଖା ଯାଇଥିଲା।
ଅପହୃତ ବ୍ୟବସାୟୀ ଏ.କ୍ରିଷ୍ଣା ରାଓଙ୍କ ସୂଚନା ଅନୁସାରେ ଷନିବାର ବ୍ୟବସାୟିକ କାର୍ଯ୍ୟରେ ସେ  ଗେଟଗୁଡ଼ା ଯାଇଥିଲେ ସେଠାରେ ଏକ କାରରେ ୫ଜଣ ଆସି ତାଙ୍କୁ ଅପହରଣ କରି ଏହି ସ୍ଥାନକୁ  ନେଇଥିଲେ। ତାଙ୍କ ଠାରୁ ସୁନା ଚେନ ହାତ ମୁଦି ସବୁ ନେଇ ଯାଇଥିବା କହିଛନ୍ତି। ପରେ ଶୌଚ ହେବା ବାହାନାରେ ମୁଁ ଯମ କବଳରୁ ଖସି ଆସିଲି । ସେଠାରୁ ସେ ଖସି ଆସି ସ୍ଥାନୀୟ ବିଶନାଥ ମୁଦୁଲିଙ୍କ ସହାୟତାରେ ବୋରିଗୁମ୍ମା ଯାଏ ଆସିଲେ। ପରିବାର ଓ ପୋଲିସକୁ ସୂଚନା ଦେଇଥିଲେ।
ଏ.କୃଷ୍ଣା ରାଓ, କହିଛନ୍ତି,  ଅପହରଣ କାରୀଙ୍କ ନିକଟରୁ ବାହାରି ଆସିବା ପରେ ବୋରିଗୁମ୍ମା ଥାନାରେ କୋରାପୁଟ ଏସପି ରୋହିତ ବର୍ମା ପଚରାଉଚୁରା କରିବା ସହ ବ୍ୟବସାୟୀଙ୍କୁ ନେଇ ସେଇ ଦୁର୍ଗମ ପାହାଡିଆ ଗାଆଁରେ  ସିନ୍‌ ରିକ୍ରିଏଶନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel