Advertisement

ବସ୍‌ ଭିତରେ ଭୋ ଭୋ ହୋଇ କାନ୍ଦୁଥିଲେ ଜଣେ ଶିଶୁ, ଡ୍ରାଇଭର୍‌, କଣ୍ଡକ୍ଟର ପଚାରିବାରୁ…

ନୋଏଡା,୧୦।୮: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବସ୍‌ରୁ ଅପହରଣ ହୋଇଥିବା ଏକ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଗ୍ରେଟର ନୋଏଡାର ବସ୍‌ ଡିପୋରୁ ଏକ ବସ୍‌ ଗାଜିଆବାଦ ହୋଇ ମୁରାଦାବାଦ ଅଭିମୁଖେ ଯାଉଥିଲା। ଡ୍ରାଇଭର ଭିକଲ ଏବଂ କଣ୍ଡକ୍ଟର ଦୀପକ ଏକୁଟିଆ ଶିଶୁଟିକୁ କାନ୍ଦୁଥିବାର ଦେଖିଥିଲେ। ଶିଶୁଟି ଭୋ ଭୋ ହୋଇ କାନ୍ଦୁଥିବାରୁ ତାଙ୍କୁ ବସ୍‌ର କଣ୍ଡକ୍ଟର, ଡ୍ରାଇଭର ନାଁ ଏବଂ ଠିକଣା ପଚାରିଥିଲେ। କିନ୍ତୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ଘର ସଦସ୍ୟଙ୍କ ନମ୍ବର ମାଗିବାର ଶିଶୁଟି ପିତାଙ୍କ ନମ୍ବର ଦେଇଥିଲେ। ଏହାପରେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ସହ ପୋଲିସକୁ ମଧ୍ୟ ଏନେଇ ସୂଚନା ଦେଇଥିଲେ। ଶିଶୁଟିର ପରିବାର ଲୋକଙ୍କ କହିବା ଅନୁଯାୟୀ ପିଲାଟିକୁ କେହି ଅପହରଣ କରି ନେଇଥିଲେ। ପରେ ଡ୍ରାଇଭର ଏବଂ କଣ୍ଡକ୍ଟର ସୁରକ୍ଷିତ ଭାବରେ ଶିଶୁଟିକୁ ପୋଲିସ ପାଖରେ ଛାଡିଥିଲେ। ରାଜ୍ୟ ପରିବହନ ମନ୍ତ୍ରୀ ଅଶୋକ କଟ୍ଟାରୀୟା ସମ୍ପୃକ୍ତ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share