Advertisement

ଅପହୃତା ନାବାଳିକା ବୋରିଗୁମ୍ମାରୁ ଉଦ୍ଧାର

ଜୟପୁର, ୨୧।୬ (ପବନ ପାଣିଗ୍ରାହୀ) :ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଟାଉନଥାନାରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଛନଭିିନ୍‌ କରି ତାଙ୍କୁ ବୋରିଗୁମ୍ମାରୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଧରିଛି। ନାବାଳିକାଙ୍କୁ ଅପହରଣ କରାଯାଇ ତାଙ୍କୁ ବଳାତ୍କାର କରାଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ବୋରିଗୁମ୍ମା ଥାନା ଫୁଫୁଗାଁରେ ନାବାଳିକା ଥିବା ପୋଲିସ ସୂଚନା ପାଇ ସେଠାରୁ ତାଙ୍କୁ ଉଦ୍ଧାର କରି ନାବାଳକଙ୍କୁ ଧରିଥିଲା। ଡାକ୍ତରି ମଇନା ପରେ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସମ୍ପୃକ୍ତ ନାବାଳକଙ୍କୁ ଜୁଭେଲାଇନ ଜଷ୍ଟିସ ବୋର୍ଡଙ୍କ ନିକଟରେ ହାଜର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share