ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର,୧୦ା୩(ବ୍ୟୁରୋ): ହନୁମାନ ପଇସା ରାଜଧାନୀରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। ଅପହୃତ ଯୁବକ ହନୁମାନ ପଇସା ଦେବାକୁ କହି ସାଢ଼େ ତିନି ଲକ୍ଷ ଟଙ୍କା ଠକି ନେଇଥିଲେ। ଏହି ଯୁବକଙ୍କ ନାମ ବିବେକାନନ୍ଦ ମହାଲି।

ଖବର ପାଇ ତମାଣ୍ଡୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବେକାନନ୍ଦଙ୍କୁ ଉଦ୍ଧାର କରିଛି। ବିବେକାନନ୍ଦଙ୍କୁ କିଛି ଯୁବକ ଅପହରଣ କରି ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ରଖିଥିଲେ । ଅପହରଣ ପରେ ବିବେକାନନ୍ଦଙ୍କୁ ଉକ୍ତ ଯୁବକମାନେ ନିସ୍ତୁକ ମାଡ଼ ମାରିବା ସହିତ ଘର ଲୋକଙ୍କୁ ଫୋନ୍‌ କରି ୨୫ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଭରତପୁର ଓ ତମାଣ୍ଡୋ ପୋଲିସ ମିଳିତ ଚଢ଼ାଉ କରି ହୋଟେଲ ଭିତରୁ ବିବେକାନନ୍ଦଙ୍କୁ ଉଦ୍ଧାର କରିଛି। ବିବେକାନନ୍ଦ ନିଜ ଘର କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ କଟକ ରାସ୍ତାରେ ତାଙ୍କୁ ଅପହରଣ କରାଯାଇଥିଲା। ତମାଣ୍ଡୋ ପୋଲିସ ବିବେକାନନ୍ଦଙ୍କୁ ଉଦ୍ଧାର କରିବା ସହ ହୋଟେଲ ଭିତରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କରନ୍ତୁ, ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪।୧୧: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର...

ତିନିବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର: ବାଜି ମାରିନେନେଲା ଏହି ଚାରି ସିନେମା

ଭୁବନେଶ୍ୱର,୧୪।୧୧: ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଏହି ଅଭିନେତା ଶ୍ରେଷ୍ଠ ନାୟକ

ଭୁବନେଶ୍ୱର,୧୪।୧୧: ୨୦୨୦, ୨୧ ଏବଂ ୨୨ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ୨୦ରେ ରଘୁ ସର୍ଦ୍ଦାର, ୨୧ରେ ପ୍ରତୀକ୍ଷା ଓ ଡାଲଚିନି ,...

ସାଇକେଲରେ ଯାଉଥିଲେ ଦମ୍ପତି: ଧକ୍କାଦେଇ ଘୋଷାଡ଼ି ନେଲା ଟ୍ରକ୍‌

ଭଦ୍ରକ,୧୪।୧୧: ଭଦ୍ରକ ଜିଲା ଧାମରା-ଜାମୁଝାଡ଼ି ରାସ୍ତାର ବେତଡ଼ା ମାକେର୍ଟ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା...

ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ପ୍ରକାଶ ପାଇଲା ସୂଚୀ, ଜାଣନ୍ତୁ କେଉଁ ଦିନ କ’ଣ

ଭୁବନେଶ୍ୱର,୧୪।୧୧: ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ କରିଛି। ୨୧ ତାରିଖରେ ପ୍ରଥମ...

ଏହି ଦିନଠୁ OSSTET ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ ରହିଛି…

ଭୁବନେଶ୍ୱର,୧୪।୧୧: ଆସନ୍ତା ୧୯ ତାରିଖରୁ OSSTET -୨୦୨୪ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି।...

କୃଷି ଜମିକୁ ଘରୋଇ ଜମି କରିବା ପାଇଁ ଲାଞ୍ଚ ନେଉଥିଲେ ଆର୍‌ଆଇ, ପଡ଼ିଲେ ଭିଜିଲାନ୍ସ ପଞ୍ଝାରେ

ଭଦ୍ରକ,୧୪ା୧୧(ସନାତନ ରାଉତ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ଆର୍‌ଆଇ ଭାଗବତ ଖଟୁଆଙ୍କୁ ଓଡ଼ିଶା ଭିଜିଲାନ୍ସ କର୍ମଚାରୀ ମାଡ଼ି ବସିଛନ୍ତି। ଏକ ମ୍ୟୁଟେଶନ...

ଗାଧୋଇବାକୁ ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୧୪ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଗୁୁରୁବାର ସକାଳେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri