ଆଶାକର୍ମୀ ପରିଚୟ ଦେଇ ଡାକ୍ତରଖାନାରୁ ପିଲାଚୋରି

ବିଷମକଟକ,୨୦।୮(ଡି.ଏନ୍‌.ଏ.): ଆଶାକର୍ମୀର ପରିଚୟ ଦେଇ ଡାକ୍ତରଖାନାରେ ଦୁଇଦିନ ଧରି ପ୍ରସୂତି ଏବଂ ନବଜାତ ଶିଶୁର ଯତ୍ନନେଲେ। ଶେଷରେ କୌଶଳରେ ମା’ ନିକଟରୁ ଶିଶୁପୁତ୍ରକୁ ଚୋରିକରି ଚମ୍ପଟ ମାରିଲେ। ରାୟଗଡ଼ା ଜିଲା ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ପ୍ରସୂତିଙ୍କଠାରୁ ଶୁକ୍ରବାର ଏଭଳି ଅଭିଯୋଗ ପାଇବା ପରେ ବିଷମକଟକ ପୋଲିସ ତଦନ୍ତ କରି ୨ ଘଣ୍ଟା ମଧ୍ୟରେ ପିଲା ଚୋରି କରିଥିବା ମହିଳାଙ୍କୁ ଧରି ତାଙ୍କ ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଧରାପଡ଼ିଥିବା ମହିଳା ହେଲେ ବିହାରର ରୂପାଲୀ ଦେବୀ(୩୫)। ସ୍ବାମୀ ସରୋଜ କୁମାର ଯାଦବଙ୍କ ସହ ସେ ରାୟଗଡ଼ା ସ୍ଥିତ ମଝିଘରିଆଣୀ ମନ୍ଦିର ନିକଟ ବସ୍ତିରେ ରହୁଛନ୍ତି।
ସୂଚନା ଅନୁଯାୟୀ, ବିଷମକଟକ ଥାନା ଅଧୀନ ରାସିକଲା ପଞ୍ଚାୟତ ରଟୋଗାପଦର ଗାଁର ସିଦ୍ଧାନ୍ତ କିଲାକାଙ୍କ ସ୍ତ୍ରୀ ରୀତା ବ୍ରେକବେଡା ଅଗଷ୍ଟ ୧୪ ରେ ଖ୍ରୀଷ୍ଟିଆନ ହସ୍ପିଟାଲରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଉଭୟ ମା’ ଏବଂ ଶିଶୁ ପ୍ରସୂତି ୱାର୍ଡରେ ଥିଲେ। ଏହି ସମୟରେ ଦୁଇଦିନ ତଳେ ରୂପାଲୀ ଆସି ନିଜକୁ ରାୟଗଡ଼ାର ଆଶାକର୍ମୀ ବୋଲି ପରିଚୟ ଦେଇ ତାଙ୍କ ନିକଟରେ ରହିଥିଲେ। ଯତ୍ନ ନେବା ବାହାନାରେ ତାଙ୍କ ବିଶ୍ୱାସ ଜିଣିଥିଲେ। ଶୁକ୍ରବାର ଓଜନ କରାଇ ଡାକ୍ତରଙ୍କୁ ଦେଖାଇ ଆଣିବେ କହି ଶିଶୁପୁତ୍ରକୁ ନେଇଥିଲେ। ହେଲେ ପିଲାକୁ ନେଇ ଆଉ ଫେରାଇ ନ ଥିଲେ। ଅନୁସନ୍ଧାନ କରି ପୁଅକୁ ପାଇବାରେ ବିଫଳ ହେବାପରେ ରୀତାଙ୍କ ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପିଲାଚୋରି ନେଇ ଡାକ୍ତରଖାନାରୁ ଖବର ପାଇବା ପରେ ପୋଲିସ ତୁରନ୍ତ ତାନାଘନା କରି ସମସ୍ତ ରାସ୍ତା ସିଲ୍‌ କରିଥିଲା। ରୂପାଲୀ ଶିଶୁପୁତ୍ରକୁ ନେଇ ବାଇକ୍‌ରେ ଚାଲିଯାଇଥିବା ଡାକ୍ତରଖାନା ନିକଟରେ ଥିବା କେତେଜଣ ଲୋକଙ୍କଠାରୁ ଶୁଣିବା ପରେ ପୋଲିସ ଅନୁସନ୍ଧାନ କରି ଚାଟିକଣା ରେଳଷ୍ଟେଶନ ନିକଟରେ ତାଙ୍କୁ ଧରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା। ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସେହିପରି ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ଚାଲିଥିବା ବିଷମକଟକ ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ କହିଛନ୍ତି। ଅନ୍ୟପକ୍ଷରେ ଜଣେ ମହିଳା ଆଶାକର୍ମୀ ପରିଚୟ ଦେଇ ଦୁଇଦିନ ଧରି ନିର୍ଭୟରେ ରହିବା ଏବଂ ପିଲା ଚୋରି କରି ନେଇଯିବା ପରେ ଘରୋଇ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁମୁଡ଼ିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ତୁମୁଡ଼ିବନ୍ଧ,୧୫।୪(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭାଗୃହରେ ମଙ୍ଗଳବାର ପୂର୍ବାହ୍ନରେ କନ୍ଧମାଳ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ...

କାହିଁକି ୪୦ରୁ ଅଧିକ ବୟସ୍କ ଲୋକଙ୍କୁ ଚାକିରିରୁ କରାଯାଉଛି ଛଟେଇ? ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୪: ବମ୍ବେ ସେଭିଂ କମ୍ପାନୀର ସିଇଓ ଶାନ୍ତନୁ ଦେଶପାଣ୍ଡେ ସମ୍ପ୍ରତି ଏକ ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି, ଯାହା ଆଜିର ସମୟରେ ଏକ...

PhonePe UPI Circle Feature: ୟୁପିଆଇରେ ଆସିଲା ନୂଆ ଫିଚର୍‌, ଏବେ ପେମେଣ୍ଟ କରିବା ହୋଇଯିବ ସହଜ… 

ନୂଆଦିଲ୍ଲୀ,୧୫।୪: ଭାରତରେ ଡିଜିଟାଲ ପେମେଣ୍ଟର ଯୁଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଆପଣ ଗାଁରୁ ସହର ପର୍ଯ୍ୟନ୍ତ ଅନଲାଇନ୍‌ ପେମେଣ୍ଟର ବିକଳ୍ପ ପାଇବେ।...

Gold Down: କମିଲା ସୁନାଦର! ଏବେ ସୁନା ଅଳଙ୍କାର ତିଆରି କଲେ GST-ମେକିଂ ଚାର୍ଜ ମିଶାଇ ଦେବାକୁ ପଡିବ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୧୫।୪: ଲଗାତାର ବୃଦ୍ଧି ପରେ ଆଜି ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ୧୫ ଏପ୍ରିଲରେ ସୁନା ଦର ୨୫୦ ଟଙ୍କା...

୧୬ ପିଲା…ପ୍ରେମିକଙ୍କ ପାଇଁ ବଡ଼ କାମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୫।୪: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା କ୍ରିକେଟରୁ ବିରତି ନେଇ ଏବେ ତାଙ୍କ ଜନ୍ମସ୍ଥାନ ସାଙ୍ଗଲିରେ ଛୁଟି କାଟୁଛନ୍ତି। ଏହାର ଟିକିନିକି ଅପ୍‌ଡେଟ୍‌ ସେ...

ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମଙ୍ଗଳବାର ଭାରତର ଜନସଂଖ୍ୟା ବିସ୍ଫୋରଣ...

ଚାଷୀଙ୍କ ଚେତାବନୀ ସମାବେଶ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣହୁଙ୍କାର

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଆହ୍ୱାନରେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ...

କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍‌

ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image