କୋଟିଏ ଟଙ୍କା ଲୋଭରେ ନିଜକୁ ଅପହରଣ

ଟଙ୍କା ଲୋଭରେ ନିଜକୁ ଅପହରଣ କରିବାକୁ ବି ପଛାଇ ନାହାନ୍ତି ଜଣେ ମହିଳା। ସ୍ବାମୀ ପରିତ୍ୟକ୍ତା ସ୍ମୃତିରେଖା ପାଣି ବେଙ୍ଗାଲୁରୁରେ ରହୁଥିବା ନିଜ ଟ୍ରେଡର ଭାଇଙ୍କଠାରୁ କୋଟିଏ ଟଙ୍କା ଠକିନେବାକୁ ଅପହରଣ ନାଟକ ରଚିଥିଲେ। ସେ ପ୍ରେମିକଙ୍କ ସହ ରାଜସ୍ଥାନ ପଳାଇଯିବାକୁ ଯୋଜନା କରିଥିଲେ। ହେଲେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଟଙ୍କା ହାତେଇବା ପରେ ଦୁହେଁ ଫେରାର ହେଉଥିବାବେଳେ ପୋଲିସ ଯାଞ୍ଚରେ ଫସିଯାଇଥିଲେ। କମିଶନରେଟ ପୋଲିସ ନୟାଗଡ଼ରୁ ସେମାନଙ୍କୁ ଧରିବା ସହ ଅପହରଣ ନାଟକ ଉପରୁ ପରଦା ହଟାଇଛି।

ଭୁବନେଶ୍ୱର,୨୨ା୬(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଚନ୍ଦକା ଥାନାଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ଏକ ଅପହରଣ ଘଟଣା ଉପରୁ ପୋଲିସ ଶୁକ୍ରବାର ପରଦା ହଟାଇଛି। ଏହି ମାମଲାରେ ସ୍ବାମୀ ପରିତ୍ୟକ୍ତା ମହିଳା ସ୍ମୃତିରେଖା ପାଣି (୩୫), ପ୍ରେମିକ ରାଜସ୍ଥାନ ଜୟପୁରର ପ୍ରଦୀପ କୁମାର ଓଲା (୨୭) ଓ ତାଙ୍କ ସହଯୋଗୀ ଦେବୀ ଲାଲ (୨୭)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ଗୋଟିଏ ଟୋୟୋଟା କାର୍‌, ୩ ମୋବାଇଲ ଫୋନ୍‌, ଏଟିଏମ୍‌ କାର୍ଡ, ଚେକ୍‌ବୁକ୍‌ ଆଦି ଜବତ ହୋଇଛି। କୋର୍ଟଚାଲାଣ ପରେ ଅଭିଯୁକ୍ତମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଭୁବନେଶ୍ୱରର ସ୍ମୃତିରେଖା ପାଣି ଜଣେ ଫ୍ୟାଶନ ଡିଜିଆଇନର। ସେ ୨୦୧୫ରେ ଭରତପୁର ଅଞ୍ଚଳରେ ବିବାହ କରିଥିଲେ। ୨୦୧୮ରେ ସ୍ବାମୀଙ୍କଠାରୁ ଛାଡପତ୍ର ପରେ ସେ ବାପଘର ଗୋଠପାଟଣାସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତେବେ ସ୍ମୃତିରେଖାଙ୍କ ସାନଭାଇ ଶୁଭାଶିଷ ପାଣି ବେଙ୍ଗାଲୁରୁରେ ରୁହନ୍ତି। ଶୁଭାଶିଷ ବୃତ୍ତିଗତ ଭାବେ ଜଣେ ଟ୍ରେଡର୍‌। ଶେୟାର ମାର୍କେଟରେ ଟ୍ରେଡିଂ କରି ଭଲ ଟଙ୍କା ରୋଜଗାର କରନ୍ତି। ପାଓ୍ବାର ଅଫ୍‌ ଷ୍ଟକ୍ସ ନାମରେ ତାଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ଅଛି। ଇତିମଧ୍ୟରେ ସ୍ମୃତିରେଖା ଇନ୍‌ଷ୍ଟାଗ୍ରାମରେ ରାଜସ୍ଥାନର ପ୍ରଦୀପଙ୍କ ସହ ପରିଚିତ ହୁଅନ୍ତି। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଶୁଭାଶିଷଙ୍କଠାରୁ ବଡ଼ ପରିମାଣର ଟଙ୍କା ଝଡ଼ାଇବା ପାଇଁ ସେମାନେ ଅପହରଣ ନାଟକ ରଚିଥିଲେ। ଯୋଜନା ଅନୁଯାୟୀ, ଜୁନ ୧୫ରେ ପ୍ରଦୀପ ତାଙ୍କ ସାଙ୍ଗ ଦେବୀଲାଲଙ୍କ ସହ କାର୍‌ ଯୋଗେ ରାଜସ୍ଥାନରୁ ଓଡ଼ିଶା ଆସିଥିଲେ। ଜୁନ ୧୭ରେ ସେମାନେ ଓଡିଶାରେ ପହଞ୍ଚତ୍ ଖୋର୍ଦ୍ଧାସ୍ଥିତ ଏକ ହୋଟେଲରେ ରହିଥିଲେ। ପ୍ରଦୀପ ପରେ ସ୍ମୃତିରେଖାଙ୍କ ସହ ମିଶି ଅପହରଣ ନାଟକ ରଚିବା ନେଇ ଯୋଜନା କରିଥିଲେ। ବୁଧବାର ଅପରାହ୍ନ ପ୍ରାୟ ୨ଟା ୪୫ରେ ସ୍ମୃତିରେଖା ଘରୁ ଏକ ଅଟୋରେ ପ୍ରଦୀପଙ୍କ ପାଖକୁ ପଳାଇଯାଇଥିଲେ। ସେଠାରେ ସ୍ମୃତିରେଖାଙ୍କ ହ୍ବାଟ୍ସଆପ୍‌ ଜରିଆରେ ତାଙ୍କ ଭାଇ ଶୁଭାଶିଷଙ୍କୁ ପ୍ରଦୀପ ଭଏସ୍‌ କଲ୍‌ କରି ଭଉଣୀଙ୍କୁ ଅପହରଣ କରିନେଇଥିବା ଜଣାଇଥିଲେ। ମୁଣ୍ଡଜାମିନ ପାଇଁ କୋଟିଏ ଟଙ୍କା ଦେବାକୁ ପ୍ରଦୀପ ଧମକ ମଧ୍ୟ ଦେଇଥିଲେ। ପ୍ରଥମେ ଶୁଭାଶିଷ ଭୟରେ ପ୍ରଦୀପଙ୍କ ଆକାଉଣ୍ଟକୁ ୧୨ ଲକ୍ଷ ଟଙ୍କା ପଠାଇ ଦେଇଥିଲେ। ଏ ସମ୍ପର୍କରେ ଶୁଭାଶିଷ ଘରକୁ ଜଣାଇବା ପରେ ବାପା ସତ୍ୟ ନାରାୟଣ ଗୁରୁବାର ଚନ୍ଦକା ଥାନାରେ ଝିଅଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାର ତଦନ୍ତ ପାଇଁ ଏକାଧିକ ଟିମ୍‌ ଗଠନ କରିଥିଲା। ସିସିଟିଭି ଯାଞ୍ଚ ସହ ଅନ୍ୟ ଜିଲା ପୋଲିସ ମୁଖ୍ୟାଳୟକୁ ସୂଚନା ଦିଆଯାଇଥିଲା। ସ୍ମୃତିରେଖାଙ୍କ ମୋବାଇଲ୍‌ ଫୋନ୍‌ ଲୋକେଶନ୍‌ ଟ୍ରେସ୍‌ ହେବା ପରେ ସେମାନେ ପ୍ରଥମେ ଖୋର୍ଦ୍ଧା ଚାରିଛକ ଆଡ଼େ ଚାଲିଯାଇଥିବା ଜଣାପଡିଥିଲା। ହେଲେ ଚାରିଛକରେ ଚେକିଂ କଡ଼ାକଡ଼ି ଥିବାରୁ ସେମାନେ ନୟାଗଡ ଆଡ଼କୁ ଚାଲିଯାଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ନୟାଗଡ଼ ବଜାରରେ ଚେକିଂ ବେଳେ ଅଭିଯୁକ୍ତମାନେ ବ୍ୟାରିକେଡ୍‌କୁ ଧକ୍କାଦେଇ ଚାଲିଯାଇଥିଲେ। ହେଲେ ସେଠାରେ ପ୍ରଥମେ ସହଯୋଗୀ ଦେବୀଲାଲ ଧରାପଡ଼ିଯାଇଥିଲେ। ଏପରି କି ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା କାର୍‌କୁ ଧରିବାକୁ ପୋଲିସ ଟିମ୍‌ ପିଛା କରିଥିଲା। କିଛିବାଟ ଗଲା ପରେ ସ୍ମୃତିରେଖା ଓ ପ୍ରଦୀପ କାର୍‌ ଛାଡ଼ି ବିଲରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିବାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଞ୍ଜାମ ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ସଂଧ୍ୟାରେ ବରଗଡ଼ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶାରେ ବଢୁଥିବା...

ମାରୱାଡୀ ଯୁବ ମଞ୍ଚର କର୍ମକର୍ତ୍ତା ଚୟନ

କେସିଙ୍ଗା,୧୫.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ମାରୱାଡ଼ୀ ଯୁବାମଞ୍ଚର କର୍ମକର୍ତ୍ତା ଗୌରୀ ଶଙ୍କର ମନ୍ଦିର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇ...

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମୋହନା,୧୫ା୪ (ମନ୍ମଥ ମିଶ୍ର): ଗଜପତିରେ ପୁଣି ଦାଦନ ଦୁଃଖ। କେରଳରେ ବସ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମୋହନା ଥାନା...

ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image