ଫିଲ୍ମ ଷ୍ଟାଇଲ୍‌ରେ କରିଥିଲେ ଅପହରଣ, ଧରାପଡ଼ିଲେ ୧୦ ଅଭିଯୁକ୍ତ

କୋଟଗଡ଼,୬ା୯(ସରୋଜ ବଳିୟାରସିଂ): ଫିଲ୍ମ ଷ୍ଟାଇଲ୍‌ରେ ଆସି ଦୁଇ ଜଣଙ୍କୁ ଅପହରଣ କରିନେଇଥିଲେ। ଏହି ଅଭିଯୋଗରେ ୧୦ ଅପହରଣକାରୀଙ୍କୁ ବୁଧବାର ଗିରଫ କରିଛି ବାଲିଗୁଡ଼ା ପୋଲିସ। ଏଥିସହିତ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଓ ଗୋଟିଏ ଇନୋଭା କାର୍‌କୁ ମଧ୍ୟ ଜବତ କରିଥିବା ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ୟସ ପ୍ରତାପ ଶ୍ରୀମଲ।

ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବାଲିଗୁଡ଼ା ବସ୍‌ଷ୍ଟାଣ୍ଡ ନିକଟସ୍ଥ ବୁଡାଗୁଡ଼ା ଛକରୁ ଫିଲ୍ମ ଷ୍ଟାଇଲରେ ଦୁଇଟି ଗାଡ଼ିରେ ଆସି ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ କରିନେଇଥିଲେ ଅପହରଣକାରୀ । ଏହା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ବାଲିଗୁଡ଼ା ଏସ୍‌ଡିପିଓ ୟସ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶକ୍ରମେ ପାଞ୍ଚୋଟି ଥାନା ଅଧିକାରୀ ସ୍ବତନ୍ତ୍ର ଟିମ୍‌ ଗଠନ କରି ପାଞ୍ଚୋଟି ସ୍ଥାନରେ ଚଢ଼ାଉ କରି ଅପହରଣକାରୀଙ୍କୁ ଧରିବାକୁ ଜାଲ ବିଛାଇଥିଲେ। ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଗାଡ଼ିକୁ ପ୍ରଥମେ କ.ନୂଆଗାଁ ଥାନା ଅଞ୍ଚଳରୁ ପୋଲିସ କାବୁ କରିଥିବା ବେଳେ ଅଧା ରାସ୍ତାରେ କୌଣସି ପ୍ରକାରେ ଦୁଇ ଅପହୃତା ଇନୋଭା କାର୍‌ରୁ ଡେଇଁ ପଡ଼ିଥିଲେ। ପିଛା କରୁଥିବା ପୋଲିସ ଉଭୟଙ୍କୁ ଉଦ୍ଧାର କରିବା ସହ ରାଇକିଆ ନିକଟରେ ଇନୋଭା କାର୍‌ ସହ ଅପହରଣକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ। ଉଦ୍ଧାର ହୋଇଥିବା ଦୁଇ ଅପହୃତା ବାଲିଗୁଡ଼ା ହାଟପଦା ସାହିର ମାଂସ ବ୍ୟବସାୟୀ ପଣ୍ଡିତ ମାଝି ଓ ହେମନ୍ତ ଗଣ୍ଡା ହୋଇଥିବା ବେଳେ ଏଯାବତ୍‌ ଅପହରଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ସେପଟେ ସମସ୍ତ ଅଭିଯୁକ୍ତ ଗଞ୍ଜାମ ଜିଲା କୋଦଳା ଥାନା ଅଞ୍ଚଳର ହୋଇଥିବା ପୋଲିସ ପକ୍ଷରୁ ସୂଚନା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri