Advertisement

ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨୪ା୧୨(ଶଶାଙ୍କ ଶେଖର ଝାଙ୍କର): ଶିଶୁକନ୍ୟା ଅପହରଣ ଘଟଣାରେ ୪ ଜଣ ଗିରଫ ହୋଇଥିବା ନେଇ ରବିବାର ଦେବଗଡ଼ ଆଦର୍ଶ ଥାନାରେ ଏକ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଏସ୍‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକ, ଥାନାଧିକାରୀ ସରୋଜ କୁମାର ସେଠୀଙ୍କ ଉପସ୍ଥିତିରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ (୨୧), ବଲଣ୍ଡା ଗ୍ରାମର ରୋହିତ ପାତ୍ର (୨୪), ଜରେଇକେଲା ଗ୍ରାମର ମହେଶ୍ବର ଶଗଡ଼ିଆ (୨୪), ମେଣ୍ଢିପାଲି ଗ୍ରାମର ଦୀପକ ନାଏକ (୧୯)। ଅଭିଯୁକ୍ତଙ୍କ ପାଖରୁ ଅପହରଣରେ ବ୍ୟବହୃତ କାର୍‌ ଓ ୨ ବାଇକ୍‌ ଜବତ ହୋଇଛି। ଟଙ୍କା ପାଇଁ ଅପହରଣ ହୋଇଥିବା ପୋଲିସ ସୂଚନା ଦେଇଛି। ଧରା ପଡ଼ିଥିବା ୪ ଅଭିଯୁକ୍ତ ଦେବଗଡ଼ ଜିଲାର। ଗତ ୧୮ ତାରିଖ ସନ୍ଧ୍ୟାରେ ଅପହରଣ ହୋଇଥିଲେ ଶିଶୁକନ୍ୟା। ଟ୍ୟୁସନ ସାରି ଫେରୁଥିବା ବେଳେ ଦେବଗଡ଼ ମୁଖ୍ୟ ବଜାର ଭିତରୁ ଉଠାଇ ନେଇଥିଲେ ଅଭିଯୁକ୍ତ। ୧୯ ତାରିଖ ସକାଳୁ ସୁନ୍ଦରଗଡ଼ ବଡ଼ଗାଁରୁ ଉଦ୍ଧାର ହୋଇଥିଲେ ଶିଶୁକନ୍ୟା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share