Advertisement

ଚକୋଲେଟ୍‌ ଦେଇ ଶିଶୁକୁ କରିନେଲେ ଅପହରଣ

ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା ଅଞ୍ଚଳରୁ ଉଦ୍ଧାର ହୋଇଥିବା ପ୍ରକାଶ ପାଇଛି। ଶିଶୁଟିର ଘର ଖୋର୍ଦ୍ଧା ଅଞ୍ଚଳର କେଶବ ବେହେରାଙ୍କର ପୁଅ ଚନ୍ଦନ ବେହେରା (୫)ବୋଲି ଜଣାପଡ଼ିଛି। କିଛି ଦୁର୍ବୃତ୍ତ ଶିଶୁଟିକୁ ଚକୋଲେଟ ଦେବେ କହି ଅପହରଣ କରି ଆଣିଥିବା ଶିଶୁଟି ସୂଚନା ଦେଇଛି l ତେବେ ଶିଶୁଟିକୁ ଦୁର୍ବୃତ୍ତମାନେ କେଉଁ ସ୍ଥାନରୁ ଅପହରଣ କରିଛନ୍ତି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ l ମାତ୍ର ବଡ଼ମ୍ବା ଥାନା ଅନ୍ତର୍ଗତ ଗୋପୀନାପୁର ଗ୍ରାମ ନିକଟରେ ଶିଶୁଟିକୁ ଛାଡ଼ି ଦୁର୍ବୃତ୍ତମାନେ ପଳାଇ ଯାଇଥିବା ଅନୁମାନ କରାଯାଉଛି। ରବିବାର ସକାଳ ସ୍ଥାନୀୟ ଲୋକେ ଦେଖି ତାକୁ ପଚରାଉଚରା କରି ବଡ଼ମ୍ବା ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ବଡ଼ମ୍ବା ଥାନାରେ ରଖିଥିବା ପ୍ରକାଶ ପାଇଛି। କିଏ କାହିଁକି ଓ କେଉଁଠାରୁ ଶିଶୁଟିକୁ ଅପହରଣ କରାଯାଇଛି ତାହା ପ୍ରଶ୍ନବାଚୀ ହୋଇଛି। ଅନ୍ୟପକ୍ଷରେ ନିକଟରେ ବୈଦେଶର ଥାନା ଓ ପରେ ପରେ ଟି ବ୍ରିଜ ମୁଣ୍ଡରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ଥାଉ ଥାଉ କିପରି ଏହା ସମ୍ଭବ ହେଲା ତାହା ସମସ୍ତଙ୍କୁ ଚକିତ କରିଛି l ତେବେ ବଡ଼ମ୍ବା ଥାନା ପୋଲିସ ଅପହୃତ ପରିବାରଙ୍କୁ ଖବର ପଠାଇଥିବା ପ୍ରକାଶ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share