ପରୀକ୍ଷାରେ ଫେଲ୍‌ ହେବାରୁ ମିଛ ଅପହରଣ ନାଟକ

ୱାଶିଂଟନ: ଅନେକ ସମୟରେ ପରୀକ୍ଷା ରେଜଲ୍ଟ ଖରାପ ହୋଇଥାଏ। ସେତେବେଳେ ପିଲା ମାତା-ପିତାଙ୍କୁ ମିଛ ସତ କହିଥାନ୍ତି। ହେଲେ ନିକଟରେ ଜଣେ ଝିଅ ପରୀକ୍ଷାରେ ଫେଲ ହେବାରୁ ଏପରି କାମ କରିଛନ୍ତି, ଯାହା ଆଶ୍ଚର୍ଯ୍ୟଜନକ। କଲେଜ ପଢୁଥିବା ଏକ ଝିଅଙ୍କ ପରୀକ୍ଷା ରେଜଲ୍ଟ ଖରାପ ହେବାରୁ ସେ ତାଙ୍କ ପରିବାର ସମେତ ପୋଲସକୁ ମଧ୍ୟ ବୋକା ବନେଇଛି। ରିପୋର୍ଟ ମୁତାବକ, ୨୩ ବର୍ଷୀୟା କ୍ଲୋଏ ଷ୍ଟିନ ନିଜର ମିଛ କିଡନାପ କରି ପ୍ରଶାସନକୁ ହଇରାଣ କରିଛନ୍ତି। ୨ ମେ’ରେ ଘଟିଥିବା ଏହି ମିଛ ଘଟଣାକୁ ପୋଲିସ ଜାଣିପାରି ତାଙ୍କୁ କାବୁ କରିଥିଲା। ଏବେ ତାଙ୍କ ଉପରେ ୪ଟି ଦଫା ଲଗାଯିବା ସହ ମାମଲାର ତଦନ୍ତ ଚାଲିଛି। ରିପୋର୍ଟ ମୁତାବକ, କ୍ଲୋଏ ପୋଲିସକୁ କହିଛନ୍ତି, ସେ ଗ୍ରାଜୁଏଶନରେ ଫେଲ ହୋଇଛନ୍ତି। ସେ ଏହି ଲଜ୍ୟାରୁ ବର୍ତ୍ତିବାକୁ ନିଜର ମିଛ କିଡନାପିଂ କରିଥିଲେ। ମେ’ ୧ ତାରିଖ ରାତି ୧୦ଟା ୩୦ରେ ସେ ତାଙ୍କ ପରିବାରକୁ ଫୋନ କରି କେହି ତାଙ୍କୁ କିଡନାପ କରାଯାଇଥିବା କହିଥିଲେ। ପରେ ତାଙ୍କ ପାର୍ଟନର ତାଙ୍କଠାରୁ ଫୋନ ଛଡାଇ ନେଇଥିଲେ। ଖବରପାଇ ପୋଲିସ ତାଙ୍କ ଖୋଜାଖୋଜି କରିବାରେ ତାଙ୍କ ଗାଡ଼ି ମିଳିଥିଲା। ହେଲେ କ୍ଲୋଏ ମିଳି ନ ଥିଲେ। ପରେ ପୋଲିସ ତାଙ୍କୁ ନିଖୋଜ ଘୋଷଣା କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ଅଭିଯାନରେ ପୋଲିସ ହଜାର ଡଲାର ଖର୍ଚ୍ଚ କରିଥିଲା। ଏଥିସହ ପୋଲିସ ହେଲିକପ୍ଟରର ମଧ୍ୟ ସାହାଯ୍ୟ ନେଇଥିଲା। ପରେ କ୍ଲୋଏଙ୍କୁ ପୋଲିସ ତାଙ୍କ ସାଙ୍ଗ ଘରୁ ସୁରକ୍ଷିତ କାବୁ କରିଥିଲା। ଆସନ୍ତା ୨୫ ତାରିଖରେ ଏହି ମାମଲାର ପ୍ରଥମ ଶୁଣାଣି ଅଛି।