ନାବାଳିକା ଛାତ୍ରୀଙ୍କୁ ଅପହରଣ, ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

ଗଞ୍ଜାମ,୨୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗ୍ରାମର ୮ ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ଗାଁର  କାଳିଆ ବାଡ଼ତ୍ୟା ବିଭିନ୍ନ ପ୍ରଲୋଭନ ଦେଖାଇ ସ୍କୁଲ ଯିବା ରାସ୍ତାରୁ ଜବରଦସ୍ତ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଅଭିଯୁକ୍ତ କାଳିଆ ଙ୍କୁ ବୁଧବାର ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରିଛନ୍ତି।

ଥାନା ମାମଲା ନଂ.୩୫୭/୨୪ ଦଫା -୧୩୭(୨)/୮୭ ବିଏନଏସ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ପୋକ୍ସର ଧାରା – ୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଛାତ୍ରୀ ଜଣକ ସ୍କୁଲ ଯାଉଥିବା ବେଳେ ରାସ୍ତାରୁ ତାଙ୍କୁ ଅପହରଣ କରିନେଇଥିଲେ।

ଏନେଇ ଛାତ୍ରୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ମଙ୍ଗଳବାର ସକାଳେ ତଦନ୍ତକାରୀ ପୋଲିସ ଅଧିକାରୀ ସୋଫିଆ ମିଶ୍ର ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରିଥିଲେ। ତାଙ୍କ ସୂଚନା ପ୍ରକାରେ ଛାତ୍ରୀଙ୍କୁ ତପ୍ତପାଣି ସ୍ଥିତ ଏକ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଥିଲା।ଉଭୟ ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରାଯାଇଥିଲା। ଛାତ୍ରୀ ଙ୍କୁ ପରିବାର ଲୋକେ ଗ୍ରହଣ ନକରିବାରୁ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ସେଲ୍ଟର ହୋମ ରେ ରଖାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।