ଗାଡ଼ି ଲୋନ୍‌ ପରିଶୋଧ ପାଇଁ ଅପହରଣ

ନୟାଗଡ଼ ଅଫିସ/ ଓଡ଼ଗଁା, ୨୧ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ସୁବୁଦ୍ଧି ସାହିର ୭ମଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର ଅପହରଣ ଘଟଣାର କିଛି ଗୁମର ଖୋଲିଛି। କୁରାଳ ଗଁାର ସୁନୀଲ କୁମାର ପାଣିଗ୍ରାହୀ(୧୮)ଙ୍କ ସମେତ ୨ ଭାଇ ସ୍ବପ୍ନ ପ୍ରସାଦ ପଣ୍ଡା (୧୮) ଓ ଭକ୍ତ ଦର୍ଶନ ପଣ୍ଡା(୨୦)ଙ୍କୁ ପୋଲିିସ ଗିରଫ କରି ସେମାନଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ସିନ୍‌ ରିକ୍ରିଏଶନ କରିଛି। ଦୁଇ ପଣ୍ଡା ଭାଇ ପାଲଟଣା ବୋଲେରୋ ପିକ୍‌ ଅପ୍‌ ଭ୍ୟାନର ଋଣ ଟଙ୍କା ପରିଶୋଧ କରିବାକୁ ଅପହରଣ ନାଟକ ରଚିଥିଲେ। ସେମାନେ ଅମ୍ରିତଙ୍କୁ ଅପହରଣ କରିଥିଲେ। ଅପହରଣ ସମ୍ପର୍କରେ ସୁରାକ ନ ଛାଡିବା ପାଇଁ ମୁଖାପିନ୍ଧି ହିନ୍ଦୀରେ ଅମ୍ରିତ ସହ କଥାବାର୍ତ୍ତା କରୁଥିଲେ। ଅପହରଣ ଠିକ୍‌ରେ ହୋଇଥିଲା। ଅମ୍ରିତଙ୍କ ବାପାଙ୍କୁ ଟଙ୍କା ମାଗିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। ହେଲେ ଅପହରଣ ଘଟଣାକୁ ବିଭିନ୍ନ ଗଣମାଧ୍ୟମ ଜୋରଦାର ପ୍ରକାଶ କରିବାରୁ ପୋଲିସର ତଦନ୍ତ ତ୍ୱରାନ୍ବିତ ହୋଇଥିଲା। ଅପହରଣକାରୀମାନେ ଏହା ଦେଖି ଭୟଭୀତ ହୋଇ ପଡିଥିଲେ। ଅନ୍ୟପକ୍ଷେ ଅପହରଣ ପରେ ଟଙ୍କା ମିଳିବନି ଜାଣି ଅମ୍ରିତଙ୍କୁ ନ ମାରି ବନ୍ଦ ଘରର କବାଟ ଖୋଲି ଦେଇଥିଲେ। ଅମ୍ରିତ ଘରକୁ ଫେରିଯାଉ ବୋଲିି ସେମାନେ ନିଷ୍ପତ୍ତି ନେଇଥିଲେ। ଅମ୍ରିିତଙ୍କୁ କିପରି ଅପହରଣ କରାଗଲା, କେଉଁଠି ରଖିଲେ, ପ୍ରମାଣ କିପରି ନଷ୍ଟ କରିଛନ୍ତି ୨ ଅଭିଯୁକ୍ତ ସିନ୍‌ ରିକ୍ରିଏଶନରେ ମଙ୍ଗଳବାର ଡେମୋ ଦେଖାଇଛନ୍ତି। ଅଭିଯୁକ୍ତଙ୍କଠାରୁ ସୂଚନା ପାଇ ପୋଲିସ ପଣ୍ଡା ୨ଭାଇଙ୍କ ଘର ବାରିପଟ କୂଅରୁ ଅମ୍ରିତଙ୍କ ବସ୍ତାନି ଓ ଚଣ୍ଡିଛକରେ ଥିବା ଟୁକୁ ପଣ୍ଡାଙ୍କ ବନ୍ଦ ଗୋଦାମରୁ ଜ୍ୟାକେଟ୍‌ ଜବତ କରିଛି। ପୁଣି ଟୁକୁ ପଣ୍ଡାଙ୍କ ବନ୍ଦ ଘରୁ ପୋଲିସ ୨ଟି ଗାମୁଛା ଯେଉଁଥିରେ ଅମ୍ରିତ ଶୋଇଥିଲେ ତାହା ଅନୁରୂପ ଭାବେ ଜବତ କରିଛି।
ସୂଚନା ଅନୁଯାୟୀ, ଗତ ୧୫ ତାରିଖ ସନ୍ଧ୍ୟାରେ ଅମ୍ରିତ ଟ୍ୟୁଶନରୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ତାଙ୍କ ପତ୍ତା ମିଳି ନ ଥିଲା। ରାତି ପ୍ରାୟ ୧୨ଟା ସମୟରେ ଘର ପାଖ ବାଉଁଶବୁଦା ମୂଳରୁ ଅମ୍ରିତଙ୍କ ସାଇକେଲ ଉଦ୍ଧାର କରାଯାଇଥିଲା। ଅପହରଣକାରୀ ବୋଲେରୋରେ ତାଙ୍କୁ ଅପହରଣ କରି ଚଣ୍ଡିଛକସ୍ଥିତ ନିଜ ହେପାଜତରେ ଥିବା କାକା ଟୁକୁ ପଣ୍ଡାଙ୍କ ବନ୍ଦ ହୋଇ ପଡିଥିବା ଗୋଦାମ ଘରେ ରଖିଥିଲେ। ପରବର୍ତ୍ତୀ ସମୟରେ କାକାଙ୍କ ବନ୍ଦ ଘରେ ତାଙ୍କୁ ରଖିଥିଲେ। ଅପହରଣ ରାତିରେ କିଛି ଖାଇବାକୁ ଦେଇ ନ ଥିଲେ। ଗୋଦାମ ଘରେ ଅମ୍ରିତଙ୍କ ଜ୍ୟାକେଟ୍‌କୁ ଭୁଲରେ ଛାଡି ଆସିଥିଲେ। ଅନ୍ୟପକ୍ଷେ ବସ୍ତାନିକୁ ନେଇ ପଣ୍ଡା ୨ ଭାଇ ନିଜ ଘର ବାରି ପଟ କୂଅରେ ପକାଇ ଦେଇଥିଲେ। ସେହିଭଳି ଅମ୍ରିତ ଯେଉଁ ଘରେ ବନ୍ଦୀ ଜୀବନଯାପନ କରୁଥିଲେ ସେହି ପଣ୍ଡିତ ସାହି ଅଞ୍ଚଳ ଅନ୍ଧାର ରହୁଥିଲା। ପୁଣି ସେହି ଘର ସମ୍ମୁଖରେ ଅନ୍ୟ ସାହିର ବାରିପଟ ଥିବାରୁ ଘର ନ ଥିଲା। ଅନ୍ଧାର, ଲୋକ ଗହଳି ନ ଥିବା ଓ ଘର ମାଲିକ ରହୁ ନ ଥିବାରୁ କାହାର ସନ୍ଦେହ ନ ହେବା ପାଇଁ ଉକ୍ତ ଘରକୁ ଅପହରଣକାରୀ ବାଛିଥିଲେ। ପୁଣି ଯେଉଁ ବୋଲେରୋ ପିକ୍‌ଅପ୍‌କୁ ଅପହରଣ ପାଇଁ ବ୍ୟବହୃତ କରାଯାଇଥିଲା ଟଙ୍କା ପରିଶୋଧ କରିପାରି ନ ଥିବାରୁ ଦୁଇ ଭାଇ ଘରୋଇ ଫାଇନାନ୍ସ କମ୍ପାନୀରେ ଏହି ଘଟଣା ପରଦିନ ଫେରାଇ ଦେଇଥିଲେ। ପୂର୍ବରୁ ଅପହରଣ ସ୍ଥାନର ଅନତି ଦୂରରେ ଅପହରଣକାରୀ ବୋଲେରୋ ରଖି ଛାତ୍ରଙ୍କ ଗତିବିଧି ଉପରେ ନଜର ରଖୁଥିଲେ। ହେଲେ ବୋଲେରୋଟି ପଣ୍ଡା ପରିବାରର ବୋଲି ଅନେକ ଜାଣି ନ ଥିଲେ। ଅପହରଣ ଦିନ ଅମ୍ରିତ ସଙ୍ଗେ ତାଙ୍କ ପରିବାର କେହି ନ ଥିବାରୁ ଏକାକୀ ସୁଯୋଗ ଦେଖି ମୁହଁରେ ହାତ ଦେଇ ଅପହରଣ କରି ନେଇଥିଲେ। ସେହିପରି ଅମ୍ରିତଙ୍କ ସନ୍ଦେହ ନ ହେବା ପାଇଁ ମୁଖା ପିନ୍ଧି ତାଙ୍କୁ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଅମ୍ରିତଙ୍କ ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ଜମି ବିକ୍ରି କରି ୫୦ରୁ ୬୦ ଲକ୍ଷ ଟଙ୍କା ରଖିଥିବା ଅପହରଣକାରୀ ଜାଣିଥିଲେ। ବୋଲେରୋ ଯୋଗେ ପୂର୍ଣ୍ଣଚନ୍ଦ୍ରଙ୍କ ତେଜରାତି ଦୋକାନ ସାମଗ୍ରୀକୁ ବିଭିନ୍ନ ସମୟରେ ପଣ୍ଡା ପରିବାର ଆଣୁଥିଲେ। ପୁଣି ପୂର୍ଣ୍ଣଚନ୍ଦ୍ରଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଓଡ଼ଗଁାର ଘରୋଇ କଲେଜରେ ଯୁକ୍ତ ୩ ପାଠ ପଢ଼ୁଥିବା ସୁନୀଲ କୁମାର ପାଣିଗ୍ରାହୀ ପଣ୍ଡା ଦୁଇ ଭାଇଙ୍କୁ ସବୁ ପ୍ରକାର ସହାୟତା ଦେବା ସହ ଅପହରଣର ବାଟ ଦେଖାଇଥିଲେ। ସୁନୀଲ କୁଆଡେ ଅପହରଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ଏସ୍‌ପି ଅଲେଖ ଚନ୍ଦ୍ର ପହି ଓ ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକଙ୍କ ସୂଚନା ଅନୁସାେରେ ଆମେ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା ସହ ସିନ ରିକ୍ରିଏଶନ କରିଛୁ। କୋର୍ଟରେ ଛାତ୍ରଙ୍କ ୧୬୪ ଧାରା ଅନୁସାରେ ବୟାନ ରେକର୍ଡ କରାଯାଇଛି। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଖବରଦାତା ସମ୍ମିଳନୀରେ ଏହାର ବିସ୍ତୁତ ବିବରଣୀ ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri