ରୋମ୍, ୨୧।୧୨: ଇଟାଲୀ ପୋଲିସ ମଙ୍ଗଳବାର ଦୁଇଜଣ କିଡ୍ନୀ ରୋଗୀଙ୍କ ଜୀବନ ବଞ୍ଜାଇବାରେ ସକ୍ଷମ ହୋଇଛନ୍ତି। ଘଣ୍ଟା ପ୍ରତି ୩୦୦ କି.ମି ଦୂର ପର୍ଯ୍ୟନ୍ତ ଅତିକ୍ରମ କରୁଥିବା ସୁପର୍ କାର୍ ଲମ୍ବୋରଗିନିର ସହାୟତାରେ ଇଟାଲୀୟ ପୋଲିସ କିଡ୍ନୀ ନେଇ ୪୦୦ କି.ମି. ଦୂର ହସ୍ପିଟାଲରେ ପହଞ୍ଚିଛି। ସ୍ବତନ୍ତ୍ର ବକ୍ସରେ ବନ୍ଦ ଥିବା କିଡ୍ନୀକୁ ପାଦୁଆ ହସ୍ପିଟାଲରୁ ଆଣି ମୋଡର୍ନା ଓ ରୋମ୍ର ଏକ ହସ୍ପିଟାଲରେ ପହଞ୍ଚିଥିଲେ। ଇଟାଲୀୟ ପୋଲିସର ଏପ୍ରକାର ସହଯୋଗିତା ପାଇଁ ଦୁଇ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରାଯାଇଛି।