ବ୍ୟାପୁଛି କିଡ୍‌ନୀ ରୋଗ: ରକ୍ତ ସଂଗ୍ରହ କଲା ସ୍ବାସ୍ଥ୍ୟବିଭାଗ

ବଇଣ୍ଡା,୨୮।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଓ ବାସୁଦେବପୁର ଗ୍ରାମରେ କିଡନୀ ରୋଗ ବ୍ୟାପୁଥିବାବେଳେ ଗୁରୁବାର ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଉଭୟ ଗ୍ରାମକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛି। ଗତ ୨ ବର୍ଷ ହେବ ଏହି ଗ୍ରାମରେ କିଡ୍‌ନୀ ରୋଗରେ ୧୮ ଜଣ ପ୍ରାଣ ହରାଇଥିବାବେଳେ ଆଉ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୁରୁବାର ଉକ୍ତ ଟିମ୍‌ ଉଭୟ ଗ୍ରାମକୁ ଯାଇ ମହିଳାପୁରୁଷମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ୧୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛି। ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଦେବାଶିଷ ଭଞ୍ଜ, ଜିଲା ମେଡିକାଲର ଡାକ୍ତର ବିନୋଦ ବିହାରୀ ସାହୁ, ଜିଲା ସ୍ବାସ୍ଥ୍ୟ ପରିଦର୍ଶିକା ସୁଧୀର ବେହେରା, ଜିଲା ଲାବରେଟୋରି ସହାୟକ ତରୁଣ କୁମାର ପ୍ରଧାନ, ଆଶାକର୍ମୀ କୁନି ପ୍ରଧାନ, ବିନୋଦିନୀ ନାୟକଙ୍କ ସମେତ ଏକ ଟିମ୍‌ ଗ୍ରାମରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

Share