କିଡ୍‌ନୀ ରୋଗୀଙ୍କୁ ପ୍ରଥମ କୋଭିଶିଲ୍ଡ ଡୋଜ୍‌

ଲଣ୍ଡନ, ୫ା୧: ବ୍ରିଟେନରେ ଫାଇଜର ପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା କୋଭିଶିଲ୍ଡର ଜରୁରିକାଳୀନ ବ୍ୟବହାରକୁ ଅନୁମତି ମିଳିସାରିଛି। କିଡ୍‌ନୀ ରୋଗରେ ପୀଡ଼ିତ ୮୨ ବର୍ଷୀୟ ବ୍ରିଏନ ପିଙ୍କର ସୋମବାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ କୋଭିଶିଲ୍ଡର ପ୍ରଥମ ଡୋଜ ନେଇଛନ୍ତି। ପିଙ୍କରଙ୍କ ପରେ ଆଉ ୨ ଜଣଙ୍କୁ ଏହି ଟିକା ଦିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍‌ ଲୋକଙ୍କୁ କୋଭିଶିଲ୍ଡ ଦିଆଯିବ। କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନ ଗଲେ ଟିକାକରଣ ବ୍ୟାପକ କରାଯିବ ବୋଲି ବ୍ରିଟେନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଟିକା ନେବା ପରେ ଆଶ୍ୱସ୍ତ ଲାଗୁଥିବା ପିଙ୍କର କହିଛନ୍ତି। ସୂଚନାଯୋଗ୍ୟ ଭାରତରେ ଅକ୍ସଫୋର୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି।

Share