କିଡ୍‌ନୀ ସମସ୍ୟା

କିଡ୍‌ନୀ ସମସ୍ୟାର କାରଣ ସମ୍ପର୍କରେ ଆମେ ଅବଗତ ହେବା ନିହାତି ଜରୁରୀ। କାରଣ ବେଳେବେଳେ କେତେଜଣ ଏହାର ଲକ୍ଷଣ ବିଷୟରେ ଅବଗତ ନ ଥାନ୍ତି। ଯେତେବେଳେ ସମସ୍ୟା ଗୁରୁତର ହୁଏ ସେତେବେଳେ ସେମାନେ ଡାକ୍ତରଙ୍କର ପରାମର୍ଶ ନେଇଥାଆନ୍ତି। ହେଲେ ଏହି ସମୟରେ ରୋଗ ଏପରି ଆକାର ଧାରଣ କରିଥାଏ ଯେ ନିୟମିତ ସମୟ ଅନ୍ତରାଳରେ କିଡ୍‌ନୀ ଡାଏଲିସିସ କରିବାକୁ ପଡିଥାଏ। ଏପରି କି କେତେକ ରୋଗୀ ଏଥିଯୋଗୁଁ ଅକାଳରେ ମୃତ୍ୟୁବରଣ କରିଥାଆନ୍ତି। କିଡ୍‌ନୀ ସମସ୍ୟାର ପ୍ରମୁଖ କାରଣ ହେଲା-ପରିସ୍ରା କମ୍‌ ହେବା, ଦୁର୍ବଳ ଲାଗିବା, ବାନ୍ତି ଲାଗିବା, ପାଦ ଫୁଲିଯିବା, ଅଜୀର୍ଣ୍ଣ ହେବା ଏବଂ ଭୋକ ନ ହେବା। ଯଦି ଆପଣ ଡାଇବେଟିସ୍‌ ରୋଗୀ ଏବଂ ଆପଣଙ୍କ ଶରୀରରେ ସୁଗାର (ଶର୍କରା) ସବୁବେଳେ ଅସନ୍ତୁଳିତ ରହୁଛି ତେବେ ତାହାର ପ୍ରଭାବ କିଡ୍‌ନୀ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି। କେତେକ ପରୀକ୍ଷା ଦ୍ୱାରା ଡାକ୍ତର ଏ ସମ୍ପର୍କରେ ଅବଗତ ହୋଇ ତାହାର ଚିକିତ୍ସା କରିଥାଆନ୍ତି। ଯଦି ଆପଣ ଏପରି ସମସ୍ୟା ସହ ଜଡିତ ତେବେ ଡାକ୍ତରଙ୍କ ସହ ନିୟମିତ ଯୋଗାଯୋଗରେ ରହି ଚିକିତ୍ସିତ ହୁଅନ୍ତୁ।