ଖରାଛୁଟିରେ ପିଲାମାନେ ବୋର୍‌ ହେଉଥିଲେ…କରନ୍ତୁ ଏସବୁ କାମ

ଖରାଛୁଟିରେ ପିଲାମାନେ ଘରେ ରହୁଛନ୍ତି ପୂରା ସମୟ। ଖେଳାବୁଲା ପରେ ବି ହାତରେ ଢେର୍‌ ସମୟ। ଏ ସମୟରେ ପିଲା ଯେମିତି ବୋର୍‌ ହେବେ ନାହିଁ ସେଥିପାଇଁ ବିଭିନ୍ନ ପ୍ରକାର ବିକଳ୍ପ ଚିନ୍ତା କରନ୍ତି ମାଆମାନେ। ତେବେ କଣ କଲେ ସେମାନଙ୍କ ସମୟ ଭଲରେ କଟିବା ସହ କ୍ରିଏଟିଭିଟି ବଢିବ ସେନେଇ ଦୃଷ୍ଟି ଦିଅନ୍ତୁ…

ଏବେ ଘରେ ରହି ଛୁଟି ମନାଉଛନ୍ତି ପିଲାମାନେ। ସବୁଠୁ ଲମ୍ବା ଅବଧିର ଛୁଟି। ସ୍କୁଲ ପାଠପଢ଼ାର ବୋଝ କମ୍‌। ଖେଳାବୁଲା କରିବା ପରେ ବି ପାଖରେ ଢେର୍‌ ସମୟ। ତେଣୁ ଅନେକ ସମୟ ଘରେ ବସିବାକୁ ପଡ଼େ। ଘରେ କେହି କେହି ଟିଭି କିମ୍ବା ଫୋନ୍‌ ଦେଖିବାରେ ସମୟ କଟାନ୍ତି ତ ଆଉ କେତେକ ଘରେ ବୋର୍‌ ହୋଇ ସାଙ୍ଗମାନଙ୍କ ପାଖକୁ ଚାଲି ଯାଆନ୍ତି। ହେଲେ ଘରେ ରହି ସବୁବେଳେ ଫୋନ୍‌ କି ଟିଭି ଦେଖିବା ଅବା ଅନ୍ୟ କିଛି ବେକାର କାମରେ ଯେମିତି ସମୟ ନଷ୍ଟ ନ ହେଉ ସେହି ଚିନ୍ତା ଥାଏ ଅଭିଭାବକଙ୍କର। କିନ୍ତୁ ଘରେ ରହି ପିଲାମାନେ କେମିତି ଆଦୌ ବୋର୍‌ ନ ହେବେ ସେଥିପ୍ରତି ଦୃଷ୍ଟିଦେବା ଅଭିଭାବକଙ୍କ ଦାୟିତ୍ୱ। ବିଶେଷକରି ମାଆମାନେ ପିଲାଙ୍କୁ ଘରେ ଏଭଳି ଭାବରେ ବ୍ୟସ୍ତ କରାଇପାରିବେ ଯେ ସେମାନେ ସମୟକୁ ଏନ୍‌ଜୟ କରିବା ସହ ନୂଆ କଥା ବି ଶିଖିପାରିବେ।
ରୁଟିନ୍‌ ତିଆରି କରନ୍ତୁ
ଛୁଟିରେ ସ୍କୁଲ ଯିବା ସମୟ ଭଳି ଏକ ରୁଟିନ୍‌ ଜୀବନ ନ ଥାଏ। ମନ ଇଚ୍ଛାରେ ଖାଇବା, ପିଇବା କିମ୍ବା ଶୋଇବା ଆଦି ସବୁଥିରେ ଥାଏ ସ୍ବାଧୀନତା। ପ୍ରକୃତରେ ଛୁଟିର ଏହା ହିଁ ଅର୍ଥ। ହେଲେ ଛୁଟିରେ ସବୁବେଳେ ଏଭଳି ସମୟ କଟାଇବା ଫଳରେ ସବୁକିଛି ଓଲଟପାଲଟ ହୋଇଯାଏ। ଶାରୀରିକ ସମସ୍ୟା ସାଙ୍ଗକୁ ଏକ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଛୁଟିରେ ବି କିଛି ସମୟ ପାଇଁ ହେଲେ ବି ରୁଟିନ୍‌ ଲାଇଫ୍‌ ଦରକାର। ଛୁଟି କିଭଳି କଟାଇବେ ସେନେଇ ଏକ ରୁଟିନ୍‌ ଅନୁସରଣ କରିବା ପାଇଁ ପିଲାଙ୍କୁ କୁହନ୍ତୁ। ଯେମିତିକି କିଛି ସମୟ ବାହାରେ ଖେଳିବା, କିଛି ସମୟ ପଢ଼ିବା ଅବା କିଛି ସମୟ ଘରର ଅନ୍ୟ କାମ ପାଇଁ ଦେବାକୁ ହେବ। ଏପରି ଭାବେ ଚିନ୍ତାକଲେ ଆଉ ବୋର୍‌ ହେବାକୁ ପଡ଼ିବ ନାହିଁ। ତେଣୁ ପିଲାଙ୍କୁ ଏଭଳି କରିବାରେ ସାହାଯ୍ୟ କରନ୍ତୁ।
ଘର କାମରେ
ଛୁଟିରେ ପିଲାଙ୍କ ମନକୁ ଫ୍ରେଶ୍‌ କରିବା ପାଇଁ ମନୋରଞ୍ଜନ ବି ଜରୁରୀ। ତା ଅର୍ଥ ନୁହେଁ କି ସେମାନେ ସବୁବେଳେ ବୁଲାବୁଲି କରିବେ ଅବା ଟିଭି କିମ୍ବା ଫୋନ୍‌ ଦେଖିବେ। ତେଣୁ ମାଆମାନେ ସେମାନଙ୍କୁ ଘରକାମରେ ସାହାଯ୍ୟ କରିବା ପାଇଁ କୁହନ୍ତୁ। ବିଶେଷକରି ରୋଷେଇ ଘରେ ନିଜେ ଥିବାବେଳେ ପିଲାଙ୍କୁ ଡାକି ବିଭିନ୍ନ ପ୍ରକାର ପରିବା ଚିହ୍ନାନ୍ତୁ ଓ ସେସବୁର ଉପକାରିତା ସମ୍ପର୍କରେ ଜଣାନ୍ତୁ। ରୋଷେଇ କିପରି ହେଉଛି ଦେଖାନ୍ତୁ ଓ ସାହାଯ୍ୟ କରିବାକୁ କୁହନ୍ତୁ। ସୁଷମ ଖାଦ୍ୟ ତଥା ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଶିକ୍ଷା ଦିଅନ୍ତୁ। କର୍ମଜୀବୀ ହୋଇଥିଲେ ପିଲାଙ୍କୁ ସବୁବେଳେ ଘରର କିଛି କିଛି କାମରେ ସାହାଯ୍ୟ କରିବା ପାଇଁ ପିଲାଙ୍କୁ ଅଭ୍ୟାସ କରାନ୍ତୁ। ଏପରି ହେଲେ ପିଲାମାନେ ଖାଲି ସମୟରେ ଘରକାମ କରି ସମୟ କଟାଇବା ସହ ଖୁସି ହୋଇପାରିବେ।
କ୍ରିଏଟିଭ୍‌ ହାବିଟ୍‌ ବଢ଼ାନ୍ତୁ
ଛୁଟି ସମୟରେ ପାଠପଢ଼ା ବାଦ୍‌ ସେମାନଙ୍କୁ ଅନ୍ୟ କିଛି କରିବା ପାଇଁ ନିଶ୍ଚୟ କୁହନ୍ତୁ। କିଛି ନୂଆ କୋର୍ସରେ ନାମ ଲେଖାନ୍ତୁ। ଦିନକୁ କିଛି ସମୟ ସେମାନେ ସମର କୋର୍ସ ଯେପରି କରାଟେ, ଚେସ୍‌, ସ୍କେଟିଂ, ଡ୍ୟାନ୍ସ, ମ୍ୟୁଜିକ୍‌ ଆଦି ଯେକୌଣସି ବିଷୟରେ ଶିକ୍ଷା ନେବା ପାଇଁ ସୁଯୋଗ ଦିଅନ୍ତୁ। ଏହା ଫଳରେ ପିଲାଙ୍କର କ୍ରିଏଟିଭିଟି ବଢ଼ିବ। ଏକ ସମୟରେ ଛୁଟି ଭଲରେ କଟିବା ସହ ସେମାନଙ୍କ ଦକ୍ଷତା ବିକାଶ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri