ଭୁବନେଶ୍ୱର,୨୮ା୨(ବ୍ୟୁରୋ): ଦୀର୍ଘ ୨ ବର୍ଷ ପରେ ସୋମବାର ଖୋଲିଛି ପ୍ରଥମରୁ ସପ୍ତମ ଶ୍ରେଣୀ। ପିଲାମାନେ ସ୍କୁଲ ପରିସରରେ ପହଞ୍ଚି ବେଶ୍ ଖୁସି ହୋଇଥିବା ଦେଖିବାକୁ ମିଳିଛି। ଏପରିକି ନୂଆ ସାଙ୍ଗସାଥୀଙ୍କୁ ପାଇ ସେମାନଙ୍କ ସହ ନାଚ, ଗୀତ, ଖେଳକୁଦ କରୁଛନ୍ତି।
ପିଲା ସ୍କୁଲ ଆସିବେ ବୋଲି ପୂର୍ବରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏହି ସପ୍ତାହରେ ପାଠପଢ଼ା ହେବନି। କେବଳ ପିଲାଙ୍କ ଆକ୍ଟିଭିଟି କ୍ଲାସ ହେବ। ଏହି ସପ୍ତାହଟା ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପିଲାଙ୍କୁ ମନାଇବାକୁ ପଡ଼ିବ। ଆସନ୍ତା ସପ୍ତାହରୁ ସେମାନେ ପାଠ ପଢ଼ିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।