Categories: ଖେଳ

କିରେନ ରିଜିଜୁଙ୍କୁ କରୋନା

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ସେ ଫିଟ୍‌ ଓ ସୁସ୍ଥ ଅନୁଭବ କରୁଥିବା ଶନିବାର ପ୍ରକାଶ କରିଛନ୍ତି। ୪୯ ବର୍ଷୀୟ ରିଜିଜୁ ତାଙ୍କ ଟୁଇଟର ପେଜ୍‌ରେ କହିଛନ୍ତି ଏକାଧିକ ଥର କୋଭିଡ୍‌ ଟେଷ୍ଟ ପରେ ସେ ପଜିଟିଭ ଥିବା ଜଣାପଡ଼ିଥିଲା। ସେ ବର୍ତ୍ତମାନ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କୋଭିଡ୍‌ ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ରିଜିଜୁ ଶୁକ୍ରବାର ତେହେରିଠାରେ ଏକ ଓ୍ବାଟର ସ୍ପୋଟର୍‌ସ ଆଣ୍ଡ୍‌ ଆଡ୍‌ଭେଞ୍ଚର ଇନ୍‌ଷ୍ଟିଚ୍ୟୁଟ୍‌ର ଉଦ୍‌ଘାଟନ ପାଇଁ ଉତ୍ତରାଖଣ୍ଡ ଗସ୍ତ କରିଥିଲେ। ଏହି ଉତ୍ସବରେ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତଙ୍କ ସଂସ୍ପର୍ଶରେ ଆସିଥିଲେ, ଯିଏକି ନିକଟରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

Share