Categories: ଖେଳ

ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ ଏମିତି ଉପଲବ୍ଧି ହାସଲ କଲେ ପୋଲାର୍ଡ

ଲଣ୍ଡନ,୯।୮:ୱେଷ୍ଟଇଣ୍ଡିଜର ବିସ୍ଫୋରକ ଅଲରାଉଣ୍ଡର କିରନ ପୋଲାର୍ଡ ୬୦୦ ଟି-୨୦ ମ୍ୟାଚ ଖେଳିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇପାରିଛନ୍ତି। ସେ ଦି ହଣ୍ଡ୍ରେଡ୍‌ ଲିଗରେ ଲଣ୍ଡନ ସ୍ପିରିଟ ପକ୍ଷରୁ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ସେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ମଞ୍ଚେଷ୍ଟର ଅରିଜିନାଲ୍ସ ବିପକ୍ଷ ଏହି ମ୍ୟାଚରେ ପୋଲାର୍ଡ ନିଜର ବିଶେଷ ସଫଳତାକୁ ଏକ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିଥିଲେ। ସେ ମାତ୍ର ୧୧ଟି ବଲରେ ୩୪ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ନିଜର ୬୦୦ ତମ ମ୍ୟାଚ ଖେଳୁଥିବା ପୋଲାର୍ଡ ୪ଟି ଛକା ଓ ଗୋଟିଏ ଚୌକା ମାରିଥିଲେ।

Share