Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସରୁ ପୋଲାର୍ଡ ରିଲିଜ, ଶାର୍ଦ୍ଦୁଳଙ୍କୁ ନେଲା କୋଲ୍‌କାତା

ନୂଆଦିଲ୍ଲୀ,୧୪।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଡିସେମ୍ବର ୨୩ରେ ଏହାକୁ ନେଇ ମିନି ଅକ୍ସନ କୋଚିରେ ହେବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ସମସ୍ତ ୧୦ ଟିମ୍‌କୁ ନିଜର ରିଟେନ୍‌ଶନ ତାଲିକା ଦେବାକୁ କୁହାଯାଇଛି। ନଭେମ୍ବର ୧୫ ଯାଏ ଏହାର ଡେଡ୍‌ ଲାଇନ୍‌ ରହିଛି। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କିରୋନ୍‌ ପୋଲାର୍ଡଙ୍କୁ ରିଲିଜ କରିଛି। ସେହିଭଳି ଅନ୍ୟତମ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଟ୍ରେଡିଂ ୱିଣ୍ଡୋ ଜରିଆରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ କୋଲକାତା ନାଇଟ ରାଇଡର୍ସ କିଣିଛି। ଏହାର ଅର୍ଥ ଶାର୍ଦ୍ଦୁଳ କେକେଆର୍‌ ଜର୍ସିରେ ନଜର ଆସିବେ। ତାଙ୍କ ବ୍ୟତିତ କେକେଆର୍‌ ଲକି ଫର୍ଗୁସନ ଏବଂ ରହମାନୁଲ୍ଲା ଗୁରୁବାଜଙ୍କୁ ମଧ୍ୟ ଟ୍ରେଡିଂ କରିଛି। ତେବେ ୨୦୨୨ ମେଗା ଆଇପିଏଲ୍‌ ଅକ୍ସନ ବେଳେ ଶାର୍ଦ୍ଦୁଳଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୦.୭୫ କୋଟି ଟଙ୍କାରେ କିଣିଥିଲା। ଶାର୍ଦ୍ଦୁଳ ଦିଲ୍ଲୀ ପାଇଁ ୧୪ଟି ମ୍ୟାଚ ଖେଳି ୧୫ଟି ଉଇକେଟ ନେଇଥିଲେ। ସେ ମଧ୍ୟ ୧୨୦ ରନ କରିଥିଲେ।

Share